ମହାକାଶରୁ ଲମ୍ଫ ଦେଇ ଇତିହାସ ରଚିଥିଲେ ; ପାରାଗ୍ଲାଇଡିଂ ସମୟରେ ଆରପାରିକୁ ଚାଲିଗଲେ  ଫେଲିକ୍ସ

ଅଷ୍ଟ୍ରେଲୀୟ ସ୍କାଇଡାଇଭର୍ ଫେଲିକ୍ସ ବମଗାର୍ଟନର୍ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଇଟାଲୀର  ପୋର୍ତୋ ସାଣ୍ଟ୍ ଏଲପିଡିଓରେ ପାରାଗ୍ଲାଇଡିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଫେଲିକ୍ସ । 

ss

କନକ ବ୍ୟୁରୋ: ଅଷ୍ଟ୍ରେଲୀୟ ସ୍କାଇଡାଇଭର୍ ଫେଲିକ୍ସ ବମଗାର୍ଟନର୍ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଇଟାଲୀର  ପୋର୍ତୋ ସାଣ୍ଟ୍ ଏଲପିଡିଓରେ ପାରାଗ୍ଲାଇଡିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଫେଲିକ୍ସ । 

felix-baumgartner

ସୂଚନା ମୁତାବକ, ୨୦୧୨ ମସିହାରେ ’ଏଜ୍ ଅଫ୍ ସ୍ପେସ୍’ ଜମ୍ପ ମାଧ୍ୟମରେ ସାରା ବିଶ୍ବରେ ଇତିହାସ  ରଚିଥିଲେ ଫିଲେକ୍ସ । ଗତ ଗୁରୁବାର ଫେଲିକ୍ସ ଏକ ପାୱାର୍ଡ ପାରାଗ୍ଲାଇଡର ଉଡ଼ାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।  କୁହାଯାଉଛି ,ଉଡ଼ାଣ ସମୟରେ ମଝି ଆକାଶରେ ତାଙ୍କର ହୃଦଘାତ ହୋଇଥିଲା । ତାପରେ ନିୟନ୍ତ୍ରଣ ହରାଇ ଲେ ମିସୋସ୍ ଫ୍ୟାମିଲି କ୍ୟାମ୍ପିଙ୍ଗ ଭିଲେଜରେ ଥିବା ଏକ ହୋଟେଲର ସ୍ବିମିଙ୍ଗ ପୁଲରେ ଖସିପଡ଼ିଥିଲେ । ଫଳରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ହସ୍ବିଟାଲ ନେବା ବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।

pp

୨୦୧୨ ଅକ୍ଟୋବର ୧୪ ତାରିଖରେ ଫେଲିକ୍ସ ବିଶ୍ବ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ରେଡ୍ ବୁଲ୍  ଷ୍ଟ୍ରାଟୋସ୍ ପ୍ରୋଜେକ୍ଟରେ ସେ ଏକ ହିଲିୟମ୍ ବେଲୁନରେ ପୃଥିବୀଠୁ ପ୍ରାୟ ୩୯ କିଲୋମିଟର ଉପରକୁ ଉଡ଼ିଥିଲେ ଫେଲିକ୍ସ ଏବଂ ସେଠାରୁ ସେ ଭୂପୃଷ୍ଠକୁ ଲମ୍ଫ ଦେଇଥିଲେ । ସେ ସମୟରେ ଉଡ଼ିବା ପାଇଁ ଜନ୍ମ ହୋଇଛନ୍ତି ବୋଲି କୁହାଯାଇଥିଲା । । ମାନବ ଉଡ଼ାଣରେ ବିଶ୍ବ ସ୍ତରରେ ତାଙ୍କୁ ସ୍ବତନ୍ତ୍ର ସ୍ଥାନ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe