ଆଜି ସରସ୍ୱତୀ ପୂଜା; ସ୍କୁଲ,କଲେଜରେ ଭିଡ଼

Advertisment

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା' ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ।

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା' ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ।

Saraswati Puja

Saraswati Puja Photograph: (kanak news)

କନକ ବ୍ୟୁରୋ: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା' ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ। ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ। ମା’ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି। ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ। ବିଦ୍ୟା, ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ। ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ।

ପୂଜାରେ ପରିବେଶ ସୁରକ୍ଷାର ବାର୍ତ୍ତା

ସରସ୍ୱତୀ ପୂଜାରେ ପରିବେଶ ସୁରକ୍ଷାର ବାର୍ତା। ବର୍ଜ୍ୟବସ୍ତୁରୁ ସୁନ୍ଦର ସାଜସଜ୍ଜା, ଟ୍ରେନ ଟିକେଟରେ ନିମନ୍ତ୍ରଣ ପତ୍ର। ଫୁଲବାଣୀ ସରକାରୀ ଶିକ୍ଷକ  ପ୍ରଶିକ୍ଷଣ ମହାବିଦ୍ୟାଳୟର ପ୍ରଶିକ୍ଷକ ଏବଂ ବିଦ୍ୟାର୍ଥୀମାନେ ଏପରି ପ୍ରୟାସ କରିଛନ୍ତି। ଟ୍ରେନ ଟିକେଟ୍‌ରେ ନିମନ୍ତ୍ରଣ ପତ୍ର ଛାପିଛନ୍ତି ଏବଂ ପୂଜାମେଢକୁ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସୁନ୍ଦରଭାବେ ସଜାଇଛନ୍ତି।  ଏହା ସାଧାରଣରେ ପ୍ରଶଂସା ସାଉଁଟିଛି। ଗତ ଗଣେଷ ପୂଜା ସମୟରେ ମଧ୍ୟ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଷ୍ଟକାର୍ଡରେ ନିମନ୍ତ୍ରଣ ପତ୍ର ଛାପି ଚର୍ଚ୍ଚା ଓ ପ୍ରଶଂସା ପାଇଥିଲେ। 

ଆହୁରି ପଢ଼ନ୍ତୁ : ବାରିପଦା ସହର ସାରା ଛାଇ ହୋଇଯାଇଛି ବେଆଇନ୍ ହୋର୍ଡିଂ, ସବୁ ଦେଖି ନିରବ ପୌର ପ୍ରଶାସନ

ଆଜି ରଥକାଠ ଅନୁକୂଳ

ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ। ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ। ରଥ ନିର୍ମାଣ ସୃଜନୀ କାର୍ୟ୍ୟ ହୋଇଥିବାରୁ ମା’ ସରସ୍ବତୀଙ୍କ ଆବାହନ କରାଯିବ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ନିର୍ବିଘ୍ନ ସମାପନ ପାଇଁ  ପ୍ରାର୍ଥନା କରାଯିବ। ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଘଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏହିପରି ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡ଼େ। ଗତବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଥିବା ବେଳେ ଆଉ ମୋଟ ୮୧୮ ଖଣ୍ଡ କାଠ ଆବଶ୍ୟକ ରହିଛି। ରଥ ନିର୍ମାଣ ନିମନ୍ତେ ପ୍ରଥମ ପର୍ୟ୍ୟାୟ କାଠ ବି ଆସି ପୁରୀରେ ପହଞ୍ଚସାରିଛି। ଆଜି ରଥକାଠ ଅନୁକୂଳ ପରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe