କନକ ବ୍ୟୁରୋ : କଟକ ସହର ଅନ୍ଦରପୁର ନିବାସୀ ସ୍ବର୍ଗତ ଘନଶ୍ୟାମ ଆଚାର୍ଯ୍ୟଙ୍କ ପୁତ୍ର , ବିମଳ ପ୍ରସନ୍ନ ଆଚାର୍ଯ୍ୟ ଓ ଲୋପାମୁଦ୍ରା କର ଆଚାର୍ଯ୍ୟଙ୍କ ଏକମାତ୍ର କନ୍ୟା ବର୍ଣ୍ଣାଳି ଆଚାର୍ଯ୍ୟ ଓଡ଼ିଶା ପ୍ରାଶାସନିକ ସେବା (OCS) ପରୀକ୍ଷା ସଫଳତା ତାଲିକାର ୨୩ କ୍ରମାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ବର୍ଣ୍ଣାଳି ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟ ରୁ B.Sc (Ag) ଏବଂ ବାରାଣସୀ ହିନ୍ଦୁ ବିଶ୍ଵ ବିଦ୍ୟାଳୟରୁ M.Sc(Ag) ଉତ୍ତୀର୍ଣ୍ଣ ହୋଇଛନ୍ତି । ସାଲେପୁରର ମହାନୁଭବ ବିକଳାନନ୍ଦ କରଙ୍କ ଦ୍ଵିତୀୟ ପୁତ୍ର ସ୍ବର୍ଗତ ଦେବେନ୍ଦ୍ର ନାଥ କରଙ୍କ କନିଷ୍ଠ କନ୍ୟା ଲୋପାମୁଦ୍ରା କର ଆଚାର୍ଯ୍ୟଙ୍କ କନ୍ୟା ବର୍ଣ୍ଣାଳି ଆଚାର୍ଯ୍ୟ ।
ଭବିଷ୍ୟତରେ ଭାରତୀୟ ପ୍ରାଶାସନିକ ସେବା IAS ଲକ୍ଷ୍ୟ ରଖିଛନ୍ତି । ଜନ ସାଧାରଣଙ୍କ ସେବା ନିଃସ୍ୱାର୍ଥବୁଦ୍ଧି ରେ କରିବାକୁ ସଂକଳ୍ପ କରିଛନ୍ତି । ସଫଳତାର ଶ୍ରେୟ ପିତାମାତା , ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଚ୍ଛୁ ମାନଙ୍କୁ ପ୍ରଦାନ କରିଛନ୍ତି ।