କନକ ବ୍ୟୁରୋ: ଆସି ହେଲାଣି ଶୀତ ଦିନ କିନ୍ତୁ ଏଯାଏଁ ଗରମରୁ ନାହିଁ ନିସ୍ତାର । ନଭେମ୍ବରରେ ଥରାଇବା କଥା ଶୀତ କିନ୍ତୁ ଗରମର ପ୍ରକୋପ ଯାଉନାହିଁ । ରାଜସ୍ଥାନ, ଜୈସଲମେର ଏବଂ ବିକାନେର ରେ ଏବେ ବି ଗରମରୁ ମୁକ୍ତି ମିଳିନି । ରାଜସ୍ଥାନରେ ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି ଗରମ । ବାଡମେର ରେ ସୁବଠାରୁ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Advertisment

ପାଣିପାଗ ବିଭାଗର କହିବାନୁଯାୟୀ ଥଣ୍ଡାର ପ୍ରଭାବ ନଭେମ୍ବରର ଦ୍ୱିତୀୟ ସପ୍ତାହରୁ କିଛି ମାତ୍ରାରେ ବଢିବାର ସମ୍ଭାବନା ଅଛି । ବାଡମେର ରେ ଏପର୍ଯ୍ୟନ୍ତ ଥଣ୍ଡା ପଡିନଥିଲେ ମଧ୍ୟ ଏଠାରେ ଥିବା ମହାବୀର ପାର୍କ ନିକଟରେ ଲାଗିଥିବା ଶୀତ ପୋଷାକର ଆସର ଜମିଥିଲେ ମଧ୍ୟ କେହି ଗ୍ରାହକ କିଣିବା କୁ ଯାଉନାହାଁନ୍ତି । ଦିନରେ ପ୍ରବଳ ଗରମ ଯୋଗୁ କୁଲର, ଏସି ଏପର୍ଯ୍ୟନ୍ତ ଲାଗୁଛି । ରାତିରେ ମଧ୍ୟ ଫ୍ୟାନର ସ୍ପିଡ୍ କମିନାହିଁ । ଗରମରେ ହନ୍ତସନ୍ତ ହେଉଛନ୍ତି ବାଡମେରର ଲୋକେ ।