ସଜେଇ ହେଲାଣି ବାରିପଦା ସହର; ଜମିବ ଜଗଦ୍ଧାତ୍ରୀ ମେଳା

ଚଳିତ ବର୍ଷର ପ୍ରମୁଖ ଆକର୍ଷଣ ପାଲଟିଛି ତେଲେଙ୍ଗାନା ସଚିବାଳୟର ଅବିକଳ ତୋରଣ । ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ମା' ଜଗଦ୍ଧାତ୍ରୀଙ୍କ ଏହି ପୂଜା ଚଳିତ ବର୍ଷ ଦୀର୍ଘ ୭୩ ବର୍ଷରେ ପଦାର୍ପଣ କରିଥିବା ବେଳେ ୩୦ ତମ ମେଳା ଅନୁଷ୍ଠିତ ହେଉଛି ।

Baripada Jagadhatri Mela 2025

Baripada Jagadhatri Mela 2025 Photograph: (Kanak News)

କନକ ବ୍ୟୁରୋ : ସଜେଇ ହେଉଛି ବାରିପଦା ସହର । ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ବହୁ ଚର୍ଚ୍ଚିତ ମା’ ଜଗର୍ଦ୍ଧାତ୍ରୀ ମେଳା-୨୦୨୫ । ଏନେଇ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରତି ବର୍ଷ ଭଳି କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି ପୂଜା କମିଟି ।

ଚଳିତ ବର୍ଷର ପ୍ରମୁଖ ଆକର୍ଷଣ ପାଲଟିଛି ତେଲେଙ୍ଗାନା ସଚିବାଳୟର ଅବିକଳ ତୋରଣ । ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ମା' ଜଗଦ୍ଧାତ୍ରୀଙ୍କ ଏହି ପୂଜା ଚଳିତ ବର୍ଷ ଦୀର୍ଘ ୭୩ ବର୍ଷରେ ପଦାର୍ପଣ କରିଥିବା ବେଳେ ୩୦ ତମ ମେଳା ଅନୁଷ୍ଠିତ ହେଉଛି । ନଭେମ୍ବର ୩ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ ରୁ ଅଧିକ ଷ୍ଟଲ ପ୍ରଦର୍ଶିତ ହେବ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe