ବାରିପଦା ଗଣଦୁଷ୍କର୍ମ ମାମଲାରେ ବଦଳିଲା ଅଭିଯୋଗ ଆଣିଥିବା ସ୍ୱାମୀଙ୍କ ସ୍ୱର, ପଢନ୍ତୁ ସ୍ତ୍ରୀକୁ ଦୁଷ୍କର୍ମ ହୋଇଥିବା ନେଇ କାହିଁକି କରିଥିଲେ ମିଥ୍ୟା ଅଭିଯୋଗ

ନିଜେ ଦେଇଥିବା ଅଭିଯୋଗକୁ ନିଜ ମୁହଁରେ ମିଛ ବୋଲି କହିଲେ ମହିଳାଙ୍କ ସ୍ବାମୀ । କିଛି ଦୁଷ୍ଟ ପ୍ରକୃତି ଲୋକଙ୍କ କଥାରେ ପଡ଼ି ମିଥ୍ୟା ଅଭିଯୋଗ କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି ।  ଗତ ୧୬ ତାରିଖରେ ବାରିପଦା ସଦର ରଜାବସା ଗାଁରେ ନିଜ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଟେକିନେଇ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ଯୁବକ ।

dgfdfddfdf

କନକ ବ୍ୟୁରୋ : ବାରିପଦା ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ଏହା ପଛର ସତ । ନିଜେ ଦେଇଥିବା ଅଭିଯୋଗକୁ ନିଜ ମୁହଁରେ ମିଛ ବୋଲି କହିଲେ ମହିଳାଙ୍କ ସ୍ବାମୀ । କିଛି ଦୁଷ୍ଟ ପ୍ରକୃତି ଲୋକଙ୍କ କଥାରେ ପଡ଼ି ମିଥ୍ୟା ଅଭିଯୋଗ କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି ।  ଗତ ୧୬ ତାରିଖରେ ବାରିପଦା ସଦର ରଜାବସା ଗାଁରେ ନିଜ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଟେକିନେଇ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ଯୁବକ । ଏପରିକି ୪ଜଣ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସଦର ଥାନା ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । କିନ୍ତୁ ପୀଡ଼ିତାଙ୍କ ସ୍ବାମୀ ପୁଲିସ ଆଗରେ ନିଜ ବୟାନ ବଦଳାଇଛନ୍ତି   । ଘଟଣାକୁ ମିଛ ବୋଲି ମାନିଛନ୍ତି ପୀଡ଼ିତାଙ୍କ ସ୍ବାମୀ । ପୁଲିସ ଉଭୟ ସ୍ବାମୀ ସ୍ତ୍ରୀଙ୍କ ୧୬୪ରେ ବୟାନ ରେକର୍ଡ କରି ପ୍ରକୃତ ସତ ଜାଣିବାକୁ ପାଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe