କନକ ବ୍ୟୁରୋ: ୪ ଦିନ ପୂର୍ବରୁ ମାମୁ ଘରକୁ ଯାଇ ନିଖୋଜ ଥିବା ଜଣେ ନାବାଳିକାଙ୍କ ଆଜି ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ନାବାଳିକା ଜଣକ ବରଗଡ଼ ସଦର ଥାନା ଅଞ୍ଚଳର ବୋଲି ସୂଚନା ରହିଛି । ଗତ ୨୮ ତାରିଖରୁ ନାବାଳିକା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର l ଆଜି ଜଣେ ଯୁବକ ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ଚିକିତ୍ସା କରିବାକୁ ଆଣିବା ବେଳେ ଡାକ୍ତର ନାବାଳିକାର ମୃତ୍ୟୁ ହୋଇଥିବା କହିଥିଲେ l ନାବାଳିକା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ l ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ l
ତେବେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି l ଅନ୍ୟପଟେ ନାବାଳିକାଙ୍କୁ ହସ୍ପିଟାଲ ଆଣିଥିବା ଯୁବକ ସଂଜୀବ ମହାନନ୍ଦକୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଵା ସହ ଘଟଣାର ଅଧିକ ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/06/yHjF6orpZYmwqt9t1CKe.jpg)