କନକ ବ୍ୟୁରୋ: ବରଗଡ଼ରେ ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ମାମଲାରେ ପୁଲିସର ତଦନ୍ତ ନେଇ ସନ୍ଦେହ ଉପୁଜିଲାଣି । ଯୁବତୀ ପିନ୍ଧିଥିବା କପଡ଼ାକୁ ଡଷ୍ଟବିନରେ ଫିଙ୍ଗିବାକୁ କହିଥିବା ପୁଲିସ ଏବେ ଯୁବତୀଙ୍କ ଘରକୁ ଯାଇ ସେହି ରକ୍ତଭିଜା କପଡ଼ା ମାଗୁଛି । ସେ କପଡ଼ା ନମିଳିଲେ  ଅନ୍ୟ କପଡ଼ା ଦେବାକୁ ପୋଲିସ କହିବା ପରେ ତଦନ୍ତ ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି ।  

Advertisment

ପୁଲିସ ତଦନ୍ତ ନେଇ ପ୍ରଶ୍ନ । ପ୍ରମାଣ ରଖିବା କାହା ଦାୟିତ୍ୱ? ବରଗଡ଼ରେ ଜଙ୍ଗଲରୁ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ପରେ ୨ ଜଣ ପୁଲିସ ଅଧିକାରୀ ତାଙ୍କ କପଡ଼ା ଡଷ୍ଟବିନରେ ଫିଙ୍ଗିବାକୁ କହିଥିଲେ । ମୁଣ୍ଡର ଚୁଟି କାଟିଥିବା ବେଳେ ତାହା ବି ଡଷ୍ଟବିନରେ ଫିଙ୍ଗିଥିଲେ । ଏହି ମାମଲାକୁ ନେଇ ତୁମ୍ଭି ତୋଫାନ ପରେ ଏବେ ପୁଲିସ ସେହି କପଡ଼ା ନଚେତ ଅନ୍ୟ କପଡ଼ା ମାଗୁଛି । ଶୁଣନ୍ତୁ ଯୁବତୀଙ୍କ ମାଆ ଓ ବଡ଼ଭାଇ କଣ କହୁଛନ୍ତି ।  

ଜଙ୍ଗଲରୁ ଯୁବତୀ ଉଦ୍ଧାର ପରେ ତାଙ୍କ ପରିବାର ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ କାହିଁକି କପଡ଼ା ଓ ଚୁଟି ଡଷ୍ଟବିନରେ ଫିଙ୍ଗିବାକୁ କହିଥିଲା । ପ୍ରମାଣ ରଖିବା କାହା ଦାୟିତ୍ୱ ? ପୁଲିସର ନା ପରିବାରର ? ସେ ୨ ପୋଲିସ ଅଧିକାରୀ କିଏ ? କାହିଁକି ଡଷ୍ଟବିନରେ ଫିଙ୍ଗିବାକୁ କହିଥିଲେ ? ପ୍ରଣାମ ନଷ୍ଟ କରିବା ଉଦ୍ଦେଶ୍ୟ ଥିଲା କି? ଏବେ ଅନ୍ୟ କପଡ଼ା କାହିଁକି ମାଗୁଛି ? ଏନେଇ ପ୍ରଶ୍ନ କରିଛନ୍ତି ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ  କ୍ଷ  
 
୧୨ ତାରିଖରେ ଯୁବତୀ ନିଖୋଜ ହୋଇଥିଲେ । ୧୪ ତାରିଖରେ ତାଙ୍କୁ ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯୁବତୀ ଏବେ ବୁର୍ଲାରେ ଚିକିତ୍ସାଧୀନ ଥିବା ବେଳେ ଅଭିଯୁକ୍ତର ଟେର୍ ପାଉନି ପୁଲିସ । ପ୍ରତିବାଦରେ ସଚେତନ ନାଗରିକ କମିଟି ପକ୍ଷରୁ ସର୍ବଦଳୀୟ ବୈଠକ ଡକାଇ ୨୧ ତାରିଖରେ ବରଗଡ଼ ବନ୍ଦ ଡାକରା  ଦିଆଯାଇଛି ।