କନକବ୍ୟୁରୋ : ବରଗଡ଼ ପାଇକମାଳ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ରାତି ୩ଟାରେ ପହଞ୍ଚି ମୃତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟମର୍ଟମ୍ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଗତକାଲି ସୋଢା ନିକଟ ଜଙ୍ଗଲରୁ ୫ ବର୍ଷ ଝିଅର ମୃତଦେହ ଉଦ୍ଧାର ହୋଇଥିଲା ।
ଉଲଗ୍ନ ଅବସ୍ଥାରେ ମୃତଦେହ ଜବତ ହୋଇଥିଲା । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଛାନଭିନ୍ କରିଛି । ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/16/ZztLkPDabUPzCusUx6uD.jpg)