କନକ ବ୍ୟୁରୋ : ବରଗଡ଼ ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗାଁରେ ବ୍ୟାପୁଛି ଡାଇରିଆ । ଝାଡ଼ାବାନ୍ତିରେ ୬ଦିନରେ ୬୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଡାକ୍ତରୀ ଦଳ ସେଠାରେ ୨୪ଘଣ୍ଟିଆ ସେବା ଯୋଗାଉଛନ୍ତି । ଗାଁର ନଳକୂପର ପାଣି ଓ ମଳ ନମୁନାକୁ ସଂଗ୍ରହ କରାଯାଇଛି । ନଳକୂଅର ପାଣି ଯୋଗୁଁ ଲୋକେ ଝାଡା ବାନ୍ତିର ଶିକାର ହୋଇଥିବା କହିଛନ୍ତି ବରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ । ଗାଁର ୧୩ଟି ଯାକ ନଳକୂପକୁ ବନ୍ଦ କରାଯାଇଛି । ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି  l

Advertisment

ବରଗଡ଼ ସିଡିଏମ୍‌ଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ସଚେତନ କରାଉଛନ୍ତି । ଔଷଧ ଦିଆଯାଉଛି , ବ୍ଲିଚିଂ ପାଉଡର ସିଞ୍ଚନ କରୁଛନ୍ତି । ପାନୀୟ ଜଳ ଯୋଗୁଁ ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ଅତାବିରା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ପାଣିର ଆଉ ଥରେ ନମୁନା ପରୀକ୍ଷା ପାଇଁ ନିଆଯାଇଛି ।