କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ଆତ୍ମାହୁତି ଘଟଣାରେ ୨ ଜଣ ଅଟକ । ପୁଲିସ ଜଣେ ତେଜରାତି ଦୋକାନୀ ଏବଂ ନାବାଳିକାଙ୍କର ଜଣେ ସଂପର୍କୀୟ ଅଜାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପେଟ୍ରୋଲ ବିକିଥିବା ଅଭିଯୋଗରେ ତେଜରାତି ଦୋକାନୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ନିଆଁ ଲାଗିବା ପରେ ପାଖରେ ଥିବା ସମ୍ପର୍କୀୟ ଅଜାଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ । ସେ ଆତ୍ମଦାହ କରିବାକୁ ଯାଇ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା ତା’ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ବୁର୍ଲା ବଡ଼ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମାମଲାର ଛାନ୍ଭିନ୍ ପାଇଁ ୩ ଟି ଥାନାର ଆଇଆଇସିଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘଟଣାସ୍ଥଳରୁ ପୁଲିସ ପେଟ୍ରୋଲ ବୋତଲ, ଦିଆସିଲି, ଚପଲ ଜବତ କରିଛି । ପୀଡ଼ିତାଙ୍କ ଶେଷ ବୟାନର ଭିଡିଓ ମଧ୍ୟ ସଂଗ୍ରହ କରିଛି। ଏହାସହ ଏକ୍ଜକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି।
ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ୨ ଅଟକ : ପେଟ୍ରୋଲ ବିକିଥିବା ଦୋକାନୀ ଓ ସମ୍ପର୍କୀୟ ଅଜାକୁ ଅଟକ ରଖି ଜେରା
ପେଟ୍ରୋଲ ବିକିଥିବା ଅଭିଯୋଗରେ ତେଜରାତି ଦୋକାନୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ନିଆଁ ଲାଗିବା ପରେ ପାଖରେ ଥିବା ସମ୍ପର୍କୀୟ ଅଜାଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ ।
/kanak/media/media_files/2025/08/12/victim-2025-08-12-08-49-49.jpg)