ବରଗଡ ଯୁବତୀଙ୍କୁ ନ୍ୟାୟ ଦାବି : ରାଜରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ଜନତା

ବରଗଡ଼ରେ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ଥାନାରେ ପରିବାରର ଏତଲା । ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ୩  ଦିନ ପରେ ବି ପୋଲିସର ହାତ ଖାଲି । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ଗର୍ଜିଲା ବିଜେଡି ।

road-blk

କନକ ବ୍ୟୁରୋ: ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ଥାନାରେ ଏତଲା । ପୀଡ଼ିତାଙ୍କ ପରିବାର ପକ୍ଷରୁ ବରଗଡ଼ ଟାଉନ୍ ଥାନାରେ ଏତଲା ହୋଇଛି । ସେପଟେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ-ଭଟଲି ରାସ୍ତାର ବରଡୋଲ ଛକରେ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ଫଳରେ ଯାତାୟାତ ଠପ୍ ହୋଇଛି । 

ଗତ ମଙ୍ଗଳବାର ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏହି ଘଟଣାକୁ ୩ ଦିନ ବିତିଥିଲେ ମଧ୍ୟ ପୋଲିସ ଟେର ପାଇନାହିଁ । ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ । ଏହାର ୪୮ ଘଣ୍ଟା ପରେ ଜଙ୍ଗଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe