Photograph: (kanaknews)
କନକବ୍ୟୁରୋ : ନୂଆ ରୂପ ପାଇବ ଜୀରା ନଈ। ନିର୍ମାଣ ହେବ ଆନିକଟ, ନଦୀ ତଟର ବଢ଼ିବ ସୌନ୍ଦର୍ଯ୍ୟ। ପ୍ରଦୂଷିତ ଜୀରା ନଦୀକୁ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଜୀରାରେ ଆନିକଟ ନିର୍ମାଣ ପାଇଁ ଯୋଜନା ହୋଇଛି। ଏହାସହ ନାଳନର୍ଦ୍ଦମାର ପାଣି ଯେଭଳି ଜୀରାରେ ନ ମିଶିବ ସେଥିପାଇଁ ବରଗଡ଼ ସହରରେ ସ୍ୱେରେଜ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି । ଜଳସେଚନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରଗଡ଼ ସହରର ବାଲି ଟିକ୍ରା ଠାରେ ଜୀରା ନଦୀରେ ଏକ ଆନିକଟ ନିର୍ମାଣ କରାଯିବ । ତାହାର ସୌନ୍ଦର୍ଯ୍ୟୀକରଣ ମଧ୍ୟ ହେବ ।
ଜମ୍ମୁ-କାଶ୍ମୀରର ବରଫ ପାହାଡ଼ରେ ଚାଲିଛି ଆତଙ୍କୀ ଖୋଜା: ଡୋଡା ଓ କିସ୍ତୱାଡ଼ରେ ଯବାନଙ୍କ ଜୋରଦାର ସର୍ଚ୍ଚ ଅପରେସନ୍
ଏଥିପାଇଁ ୨୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୧୪ କୋଟି ଟଙ୍କାର ଟେଣ୍ଡର ହୋଇସାରିଛି । ସେହିପରି ଦ୍ୱିତୀୟ ଆନିକଟ ପାଇଁ ଏକ ଡିପିଆର୍ ପ୍ରସ୍ତୁତ ହେଉଛି । ତାହାର ମଧ୍ୟ ଟେଣ୍ଡର ଖୁବ୍ଶୀଘ୍ର ବାହାରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଜୀରାନଦୀ କଡ଼େକଡ଼େ ବରଗଡ ସହର ପାଇଁ ରିଂରୋଡ୍ ନିର୍ମାଣ ଚାଲିଛି । ରିଂରୋଡ୍ ସହ ଆନିକଟ ହେବା ପରେ ନଦୀ ତଟର ସୌନ୍ଦର୍ଯ୍ୟ ବଢ଼ିବ। ଏହାସହ ବାଲିଚୋରି ମଧ୍ୟ ରୋକା ଯାଇପାରିବ। ସେହିପରି ନାଳନର୍ଦ୍ଦମା ପାଣି ନଈକୁ ନ ଛାଡ଼ି ସ୍ୱେରେଜ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଜୀରାର ପୁନରୁଦ୍ଧାର ପାଇଁ ଏଭଳି ଯୋଜନାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏ ସଂପର୍କରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମଦନମୋହନ ସେଠୀ କହିଛନ୍ତି, ଆନିକଟ ପାଇଁ ଟେଣ୍ଡର ହୋଇସାରିଛି । ଜୀରାକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଫଳପ୍ରସ୍ତୁତ ହେବ।
ନୂଆ ରୂପ ପାଇବ ଜୀରା ନଈ
ଜୀରା ନଈରେ ନିର୍ମାଣ ହେବ ଆନିକଟ
ପ୍ରଦୂଷିତ ଜୀରା ନଦୀ ତଟର ବଢ଼ିବ ସୌନ୍ଦର୍ଯ୍ୟ
ବରଗଡ଼ ସହରର ବାଲିଟିକ୍ରାଠାରେ ଏକ ଆନିକଟ ନିର୍ମାଣ କରାଯିବ
ଏଥିପାଇଁ ୨୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ
ପ୍ରଥମ ପର୍ଯ୍ୟାୟରେ ୧୧୪ କୋଟି ଟଙ୍କାର ଟେଣ୍ଡର ହୋଇସାରିଛି
ସେହିପରି ଦ୍ୱିତୀୟ ଆନିକଟ ପାଇଁ ଏକ ଡିପିଆର୍ ପ୍ରସ୍ତୁତ ହେଉଛି
ତାହାର ମଧ୍ୟ ଟେଣ୍ଡର ଖୁବ୍ଶୀଘ୍ର ବାହାରିବ ବୋଲି ସୂଚନା ମିଳିଛି
ଅନ୍ୟପଟେ ଜୀରାନଦୀ କଡ଼େକଡ଼େ ବରଗଡ ସହର ପାଇଁ ରିଂରୋଡ୍ ନିର୍ମାଣ ଚାଲିଛି।
ରିଂରୋଡ୍ ସହ ଆନିକଟ ହେବା ପରେ ନଦୀ ତଟର ସୌନ୍ଦର୍ଯ୍ୟ ବଢ଼ିବ।
ନର୍ଦ୍ଦମାର ପାଣି ଯେଭଳି ନଦୀର ନ ମିଶିବ ସେଥିପାଇଁ ରୋଡ-ମ୍ୟାପ୍ ପ୍ରସ୍ତୁତ
ବରଗଡ଼ ସହରରେ ସ୍ୱେରେଜ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି
ଜଳସେଚନ ବିଭାଗ ସୂତ୍ରରୁ ଏନେଇ ସୂଚନା ମିଳିଛି
--
Follow Us