କନକ ବ୍ୟୁରୋ : କୃଷକ ଦିବସରେ କୃଷକଙ୍କୁ କଷ୍ଟ । ପରିଶ୍ରମ କରି ଫସଲ ଅମଳ ପରେ ତାକୁ ବିକିବା ପାଇଁ ଚାଷୀ ଦହଗଞ୍ଜ ହେଉଛନ୍ତି । ଅସନ୍ତୋଷ ସୀମା ଟପିଲାଣି । ମଣ୍ଡି ଖୋଲିଥିଲେ ବି ଧାନ ବିକ୍ରିରେ ସମସ୍ୟା ଯୋଗୁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ଧାରଣା ଦେଇଥିଲେ । ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ନବରଙ୍ଗପୁରରେ ମକା ଓ ଧାନ ବିକ୍ରି ପାଇଁ ଚାଷୀ ଦୁଇଦିନ ହେଲା ଶାତ କାକରରେ ରାସ୍ତାରେ ବସିଛନ୍ତି ।
ବରଗଡ଼ରେ ଖୋଲିଛି ମଣ୍ଡି, କିନ୍ତୁ ଉଠୁନି ଧାନ । ଚାଷୀଙ୍କୁ ଘାରିଛି ଦଲାଲ୍ ରାଜ୍ ଓ ଟୋକନ ଚିନ୍ତା । ଧାନ ଅମଳ କରି ନଥିବା ଚାଷୀଙ୍କ ପାଖକୁ ଟୋକନ ଆସିଥିବା ବେଳେ ଅମଳ କରିଥିବା ଚାଷୀ ଟୋକନ ପାଇନାହାନ୍ତି । ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ ଧାରଣା ଦେଇଥିଲେ । ଚାଷୀ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଗଲା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ଶୀଘ୍ର ସମାଧାନ ନହେଲେ ବଡ଼ଧରଣର ଆନ୍ଦୋଳନ ପାଇଁ ଚାଷୀ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ଚାଷ କାମ ଯାହାର କେଡ଼େ ସୁଖ ତାହାର; ଚାଷୀ ପରା ଯୋଗାଉଛି ସବୁ ମୁଖେ ଆହାର
ନବରଙ୍ଗପୁରରେ ମକା ଓ ଧାନ ବିକି ନପାରି ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳର ଚାଷୀ ଦୁଇଦିନ ହେଲା ରାଜରାସ୍ତାରେ ବସି ପ୍ରତିବାଦ କରୁଛନ୍ତି । ରାସ୍ତାକଡ଼ରେ ରୋଷେଇ କରି ଖାଇବା ସହ ଅଖଚକ ବନ୍ଦ କରି କାଲି ଶୀତ କାକରରେ ରାସ୍ତାରେ ଶୋଇଥିଲେ । ଚାଷୀଙ୍କ ସହ ସାମିଲ ହୋଇଥିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
କେଉଁଠି ଧାନମଣ୍ଡି ଖୋଲିଥିଲେ ବି ଟୋକନ ଓ କଟନିଛଟନି ସମସ୍ୟା ରହିଛି । ମକା ପାଇଁ ମଣ୍ଡି ଖୋଲୁ ନଥିବାରୁ ଚାଷୀ ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/23/bargarh-farmers-2025-12-23-22-18-05.jpg)