ପିଲାଙ୍କ ବହିରେ ସ୍ଥାନ ପାଉ ବରଗଡ ଧନୁଯାତ୍ରା ; କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ କଂସ ମହାରାଜ

ପାଠ୍ୟକ୍ରମରେ ସ୍ଥାନ ପାଇବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ ଦରବାରରୁ ନିର୍ଦ୍ଦେଶ ଦେଲେ କଂସ ମହାରାଜ।  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଳେ ନିମନ୍ତ୍ରଣ । ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଧ୍ୟାନ ଦେବାକୁ ରାଜ୍ୟର ଦୁଇ ମନ୍ତ୍ରୀଙ୍କୁ ଦେଲେ ପରାମର୍ଶ ।

ଅଦ୍ୟତନ ହୋଇଛି
Screen Shot 2025-01-05 at 7.54.29 AM

କନକ ବ୍ୟୁରୋ: ପାଠ୍ୟକ୍ରମରେ ସ୍ଥାନ ପାଉ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହା ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରିପାରିବେ ସ୍କୁଲ ଓ କଲେଜ ପଢୁଆ ଛାତ୍ରଛାତ୍ରୀ । ବରଗଡ଼ ଧନୁଯାତ୍ରା ସାମିଲ ହୋଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଂସ ମହାରାଜ । ଖୁବଶୀଘ୍ର ଏହି ବିଷୟ ବସ୍ତୁକୁ ପାଠ୍ୟକ୍ରମରେ ସ୍ଥାନ ଦିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଧନୁଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତିଥି କରି ଆଣିବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ କଂସ ମହରାଜ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାୟକ ମଧ୍ୟ ଧନୁଯାତ୍ରାର ଦ୍ବିତୀୟ ସଂଧ୍ୟାରେ କଂସଙ୍କ ଦରବାରରେ ଯୋଗଦେଇଥିଲେ। ଏହି ଅବସରରେ କଂସ ମହାରାଜ ଉଭୟ ମନ୍ତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୭ହଜାର ଜଣ କଳାକାର ଭତ୍ତା ପାଉଥିବା ବେଳେ ଆହୁରି ଲକ୍ଷେ କଳାକାରଙ୍କୁ ଏହି ଯୋଜନାରେ ସାମିଲ ହେବାକୁ କଂସ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ କହିଛନ୍ତି ମଥୁରା ଅଧିପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe