କନକ ବ୍ୟୁରୋ: ରାତି ପାହିଲେ ବଦଳିଯିବ ସହରର ରୂପ। ଦ୍ୱାପର ଯୁଗକୁ ଫେରିଯିବ ବରଗଡ଼। ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଅଟହାସ୍ୟ। ଗୋପପୁର ପାଲଟିଯିବ ଅମ୍ବାପାଲି, ବରଗଡ଼ ମଥୁରାନଗରୀ। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରାୟ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ୭୭ ବର୍ଷରେ ପଦାର୍ପଣ କରୁଥିବା ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି କାରିଗର। ମହାରାଜ କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ ନିର୍ମାଣରେ ଲାଗି ପଡ଼ିଛନ୍ତି।
ବରଗଡ଼ ହାଟପଦା ଠାରେ କୋଲକାତାର ୨୫ ଜଣ କାରିଗର ପ୍ରସ୍ତୁତ କରୁଛନ୍ତି ମହାରାଜ କଂସଙ୍କ ଦରବାର। ସେହିପରି ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ନିର୍ମାଣ ଚାଲିଛି। ଯେଉଁଠି ନୃତ୍ୟ ପ୍ରଦର୍ଶନ କରି କଂସଙ୍କ ମନୋରଂଜନ କରାଇବେ ଦେଶ ବିଦେଶର କଳାକାର। ଏହାସହ ବରଗଡ଼ର ୭ କିଲୋମିଟର ସହର ଭିତରେ ୧୪ଟି ମଂଚ ପ୍ରସ୍ତୁତ କରାଯାଉଛି। ଯେଉଁଠି କୃଷ୍ଣ ଜନ୍ମଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ , ପ୍ରତିଟି ଦୃର୍ଶ୍ୟକୁ ଦେଖିପାରିବେ ଦର୍ଶକ।
୧୧ ଦିନର ଏହି ଯାତ୍ରାକୁ ସାରାରାଜ୍ୟରେ ପହଁଚାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଲଇଡି ମାଧ୍ୟମରେ ଦେଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଏଥିସହ ଧନୁଯାତ୍ରା ଉପରେ ଡକ୍ୟୁମେଣ୍ଟାରୀ ତିଆରି କରିବା ପାଇଁ ଯୋଜନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/02/huJYYHihp2gjiwF5CB3c.jpg)