ଅବ୍ୟବସ୍ଥା ଘେରରେ ବରଗଡ଼ କ୍ୟାନ୍ସର ହସ୍ପିଟାଲ, ଉଦଘାଟନ ପରଠୁ କ୍ରିଟିକାଲ କେୟାର ୟୁନିଟରେ ପଡ଼ିଛି ତାଲା

 କ୍ରିଟିକାଲ୍‌ କେୟାର ୟୁନିଟରେ ୧୦ଟି ଆଇସିୟୁ ବେଡ୍, ଏଚଡିୟୁ ୟୁନିଟ୍, ଜରୁରୀକାଳୀନ ବିଭାଗ, ମାଇନର୍ ଓଟି ରହିବ । ଘର ପାଖରେ ସେବା ମିଳିବ । ହେଲେ ଉଦଘାଟନ୍‌ ପରେ ନା ଡାକ୍ତର ନିଯୁକ୍ତ ହେଲେ ନା ଟେକ୍ନିସିଆନ୍ । ଚୋରି ମାମଲାରେ ହସ୍ପିଟାଲର କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

14

କନକ ବ୍ୟୁରୋ : ୨୯ ଅକ୍ଟୋବର, ୨୦୨୪ ତାରିଖରେ ଆଭାସି ମାଧ୍ୟମରେ ବରଗଡ଼ର ୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍‌ କେୟାର ୟୁନିଟର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟ ଚିକିତ୍ସାଳୟକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ବରଗଡ଼ବାସୀ। ୧୮ କୋଟିର ଏହି କୋଠା ଉଦଘାଟନ ପରଠୁ କାମରେ ଲାଗୁନି । ଏପଟେ ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସରେ ଥିବା କ୍ରିଟିକାଲ୍‌ କେୟାର ୟୁନିଟରୁ ସାମଗ୍ରୀ ଚୋରି ହେବାର ଲାଗିଛି । ପୂର୍ବରୁ ବି ଅନେକ ଥର ଚୋରି ଅଭିଯୋଗ ଆସିଛି । ହେଲେ କାର୍ଯ୍ୟାନୁଷ୍ଠାନ  ଅଭାବରୁ ପୁଣି ଥରେ ଚୋରିର ପୁନରାବୃତ୍ତି ହୋଇଛି । ଆଶ୍ଚର୍ଯ୍ୟର କଥା ଏଠାରେ କୌଣସି ସିସିଟିଭି କି ସିକ୍ୟୁରିଟି ବ୍ୟବସ୍ଥା ନଥିବା କହିଛନ୍ତି ଏଡିଏମଓ ।

Bargarh Cancer Hospital in disarray; Critical Care Unit locked since inauguration.

 କେବେ ବରଗଡ଼ବାସୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ ଆଉ କେବେ ମୁଖ୍ୟ ଚିକିତ୍ସାଳୟରୁ ରେଫରାଲ୍‌ ସେଣ୍ଟର ଟ୍ୟାଗ୍‌ ହଟିବ ତାକୁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe