କନକ ବ୍ୟୁରୋ : ୨୯ ଅକ୍ଟୋବର, ୨୦୨୪ ତାରିଖରେ ଆଭାସି ମାଧ୍ୟମରେ ବରଗଡ଼ର ୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର ୟୁନିଟର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟ ଚିକିତ୍ସାଳୟକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ବରଗଡ଼ବାସୀ। ୧୮ କୋଟିର ଏହି କୋଠା ଉଦଘାଟନ ପରଠୁ କାମରେ ଲାଗୁନି । ଏପଟେ ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସରେ ଥିବା କ୍ରିଟିକାଲ୍ କେୟାର ୟୁନିଟରୁ ସାମଗ୍ରୀ ଚୋରି ହେବାର ଲାଗିଛି । ପୂର୍ବରୁ ବି ଅନେକ ଥର ଚୋରି ଅଭିଯୋଗ ଆସିଛି । ହେଲେ କାର୍ଯ୍ୟାନୁଷ୍ଠାନ ଅଭାବରୁ ପୁଣି ଥରେ ଚୋରିର ପୁନରାବୃତ୍ତି ହୋଇଛି । ଆଶ୍ଚର୍ଯ୍ୟର କଥା ଏଠାରେ କୌଣସି ସିସିଟିଭି କି ସିକ୍ୟୁରିଟି ବ୍ୟବସ୍ଥା ନଥିବା କହିଛନ୍ତି ଏଡିଏମଓ ।
କେବେ ବରଗଡ଼ବାସୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ ଆଉ କେବେ ମୁଖ୍ୟ ଚିକିତ୍ସାଳୟରୁ ରେଫରାଲ୍ ସେଣ୍ଟର ଟ୍ୟାଗ୍ ହଟିବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/25/14-2025-09-25-17-50-59.jpg)