କନକବ୍ୟୁରୋ: ହୋଟେଲ ଭିତରେ ଆତଙ୍କ ରାଜ । ହୋଟେଲ ଭିତରେ ପଶି ଭଙ୍ଗାରୁଜା । ଇଟା, ପଥର ମାରି ଯାହା ପାଇଲେ ଭାଙ୍ଗିଲେ । କଟକ ବାରଙ୍ଗ ସୀତାରାମ ବଜାର ଛକରେ ଥିବା ଜଳଖିଆ ଦୋକାନରେ ସଂଘବଦ୍ଧ ଆକ୍ରମଣ । ପ୍ରାୟ ଦେଢ଼ଶହରୁ ଅଧିକ ପିଲା ହୋଟେଲରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କାର୍ତ୍ତିକେଶ୍ବର ଭସାଣି ସମୟରେ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷକୁ ନେଇ ଭଙ୍ଗାରୁଜା ହୋଇଛି । ଗୋଟିଏ ଗୋଷ୍ଠୀର ୨ ପିଲା ଜୀବନ ବଞ୍ଚାଇବାକୁ ଉକ୍ତ ହୋଟେଲରେ ଲୁଚିଥିଲେ। ହୋଟେଲରେ ସେମାନଙ୍କୁ ନପାଇ ଭଙ୍ଗାରୁଜା କରିଛନ୍ତି ଅନ୍ୟ ଗୋଷ୍ଠୀର ପିଲା । ଦୋକାନରେ ଭଙ୍ଗାରୁଜା ସହ, ହୋଟେଲରେ ଥିବା ଏକ ନାବାଳାକକୁ ମଧ୍ୟ ମାଡ଼ ମାରି ଧମକାଇଛନ୍ତି । ଏଠାରେ ଏକ ବଡ଼ କଥା, ଏମାନେ ସେହି ଗୋଷ୍ଠୀ । ଯେଉଁମାନେ କାର୍ତ୍ତିକେଶ୍ବର ଭସାଣି ପାଇଁ ଆମ୍ବୁଲାନ୍ସକୁ ବାଟ ଦେଇନଥିଲେ ।
ବାରଙ୍ଗ : ଭସାଣିବେଳେ ଦୁଇଗୋଷ୍ଠୀ ବିବାଦ । ଇଟାପଥର ମାଡ କରି ଲୁଟିନେଲେ ଟଙ୍କା
ହୋଟେଲ ଭିତରେ ଆତଙ୍କ ରାଜ। ହୋଟେଲ ଭିତରେ ପଶି ଭଙ୍ଗାରୁଜା। ଇଟା, ପଥର ମାରି ଯାହା ପାଇଲେ ଭାଙ୍ଗିଲେ। କଟକ ବାରଙ୍ଗ ସୀତାରାମ ବଜାର ଛକରେ ଥିବା ଜଳଖିଆ ଦୋକାନରେ ସଂଘବଦ୍ଧ ଆକ୍ରମଣ । ପ୍ରାୟ ଦେଢ଼ଶହରୁ ଅଧିକ ପିଲା ହୋଟେଲରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କାର୍ତ୍ତିକେଶ୍ବର ଭସାଣି ସମୟରେ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷକୁ ନେଇ ଭଙ୍ଗାରୁଜା ହୋଇଛି
/kanak/media/media_files/2024/11/26/VEm4KkviCYJf6rJrtcW9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)