ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା; ଅଡିସନ୍ ପରେ ଚୂଡ଼ାନ୍ତ ହେବ ନାଁ

ଚଳିତ ଧନୁଯାତ୍ରାରେ କଂସ ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ୪ ଜଣ କଳାକାର ।

Baragarh Dhanuyatra

କନକ ବ୍ୟୁରୋ : ବରଗଡ଼ ଧନୁଯାତ୍ରା ପାଇଁ ବଛାଯିବ କଂସ । ଚଳିତ ଧନୁଯାତ୍ରାରେ କଂସ ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ୪ ଜଣ କଳାକାର । ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶିଲ କୁମାର ମେହେର ଚୟନ ପ୍ରକ୍ରିୟାରେ ସାମିଲ ହେବେ ।

 ୨୦୨୨ ଚୟନ ପ୍ରକ୍ରିୟାରେ ଭାଗନେଇଥିବା ଏହି ୪ଜଣ ପୁଣି ଥରେ କଂସ ଚରିତ୍ରରେ ଭାଗନେବା ପାଇଁ ଅଡ଼ିସନ ଦେବେ । ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe