କନକ ବ୍ୟୁରୋ: ବରଗଡ଼ ମାମଲାରେ ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ଟିଟିଲାଗଡ଼ ରେଳ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତ ରାକେଶ ଦଣ୍ଡସେନାକୁ ଗିରଫ କରାଯାଇଛି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୨ ଜଣ ଅଭିଯୁକ୍ତ ଧରାପଡିଥିଲେ କିନ୍ତୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ। ଘଟଣାର ୮ ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି। ତେବେ ଧନୁଯାତ୍ରା ଦେଖିବାକୁ ଯାଇ ଗତ, ୧୨ ତାରିଖରେ ନିଖୋଜ ହୋଇଥିଲେ ଯୁବତୀ। ଏହାର ୨ ଦିନ ପରେ ଅର୍ଥାତ୍ ୧୪ ତାରିଖରେ ବରଗଡ଼ କୁର୍ଲା ଜଙ୍ଗଲରୁ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର। ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ କରାଯାଇଥିଲା। ଆଉ ଏହାପରେ ଶେଷରେ ପୋଲିସ କବ୍ଜାକୁ ଆସିଛି ମୁଖ୍ୟ ଅଭିଯୁକ୍ତ ରାକେଶ ଦଣ୍ଡସେନା।
ବରଗଡ଼ ମାମଲାରେ ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଷ୍ଟେସନରୁ ଗିରଫ ହେଲା ରାକେଶ ଦଣ୍ଡସେନା ।
ବରଗଡ଼ ମାମଲାରେ ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ଟିଟିଲାଗଡ଼ ରେଳ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତ ରାକେଶ ଦଣ୍ଡସେନାକୁ ଗିରଫ କରାଯାଇଛି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୨ ଜଣ ଅଭିଯୁକ୍ତ ଧରାପଡିଥିଲେ କିନ୍ତୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ।
/kanak/media/media_files/2025/01/21/JBQtu6894ca1AwtrZcjj.jpg)