ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଆଜି ଅଫଲାଇନରେ ଟିକେଟ୍ ବିକ୍ରି । ସକାଳ ୯ଟାରୁ ହେବ ଆରମ୍ଭ, କାଉଣ୍ଟର ଆଗରେ ରାତିରୁ ଲାଗିଛି ଲମ୍ବା ଲାଇନ

Advertisment

ସେଇ ଆଶାରେ କ୍ରିକେଟପ୍ରେମୀ। ସକାଳ ୯ଟାରୁ ଅଫଲାଇନ ଟିକେଟ ବିକ୍ରି ହେବାକୁ ସ୍ଥିର ହୋଇଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ରାତିର ଅନ୍ଧକାରକୁ ଖାତିର ନକରି ବ୍ୟାରିକେଡରେ ଛିଡା ହେଲେଣି କ୍ରିକେଟପ୍ରେମୀ। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ।

fafsfsdfsd

ffdfsfsdf Photograph: (fagfsfda)

କନକ ବ୍ୟୁରୋ : ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ  ଆଜିଠାରୁ ବିକ୍ରି ହେବ ଅଫଲାଇନ  ଟିକେଟ। ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ। ସକାଳ ୯ଟାରୁ ଅଫଲାଇନ ଟିକେଟ ବିକ୍ରି ହେବାକୁ ସ୍ଥିର ହୋଇଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ରାତିର ଅନ୍ଧକାରକୁ ଖାତିର ନକରି ବ୍ୟାରିକେଡରେ ଛିଡା ହେଲେଣି କ୍ରିକେଟପ୍ରେମୀ। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ। ଅନଲାଇନ୍‌ରେ ଟିକେଟ୍‌ କିଣିପାରିନଥ୍‌ବା କ୍ରିକେଟ୍‌ପ୍ରେମୀ ଅଫ୍‌ଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। ଦର୍ଶକମାନେ ସହଜରେ ଟିକେଟ୍‌ କିଣିବେ ବୋଲି ସ୍ପେସାଲ ଏନ୍‌କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ  ପାଇଁ ଘୋଡ଼ା ଗେଟ୍‌ କାଉଣ୍ଟର ଖୋଲିବ। ସେହିଭଳି କିଲ୍‌ଖାନା ଲେନ୍‌ରେ ଅନ୍ୟ ସମସ୍ତ ଗ୍ୟାଲେରି ଟିକେଟକୁ ବିକ୍ରି କରାଯିବ। ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ଭିଡ଼ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

 ଟିକେଟ ପାଇଁ ଲମ୍ବାଲାଇନ୍। କେମିତି ଟିକେଟଟିଏ ମିଳିଯିବ, ସେଥିପାଇଁ ରାତିରୁ ଲମ୍ବା ଲାଇନ। ପୁରୁଷ, ମହିଳା, ଯୁବତୀ, ବୃଦ୍ଧ ସମସ୍ତଙ୍କୁ ଏହି ଲାଇନରେ ଦେଖିବାକୁ ମିଳିଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଟିକେଟ ଟିଏ ଲୋଡ଼ା। ସେଥିପାଇଁ ଯେତେ ସମୟ ହେଉ ପଛେ ଅପେକ୍ଷା କରିବୁ। ବାହାରେ ଲମ୍ବା ଲାଇନରେ ତେଣୁ ବସିଛନ୍ତି ଏମାନେ। 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe