ଡ୍ୟାନ୍ସ ବାର ବନ୍ଦକୁ ବାର ମାଲିକ ସଂଘର ବିରୋଧ । କହିଲେ, ଖର୍ଚ୍ଚ ଟଙ୍କା ସରକାରା ଫେରସ୍ତ କଲେ କରିଦେବେ ବନ୍ଦ

Advertisment

ଏପରିକି ଡ୍ୟାନ୍ସ ବାର ବୋଲି କୌଣସି ଶବ୍ଦ ନାହିଁ ଓ ୧୭ଟି ନିୟମ ପାଳନ କଲା ପରେ ହିଁ ଅବକାରୀ ବିଭାଗ ଲାଇସେନ୍ସ ଦେଇଥିଲା। ବାର ବନ୍ଦ ଯୋଗୁଁ ଶତାଧିକ ପରିବାର ଉପାସରେ ଥିବା ବାର ମାଲିକ ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏପରିକି ଡ୍ୟାନ୍ସ ବାର ବୋଲି କୌଣସି ଶବ୍ଦ ନାହିଁ ଓ ୧୭ଟି ନିୟମ ପାଳନ କଲା ପରେ ହିଁ ଅବକାରୀ ବିଭାଗ ଲାଇସେନ୍ସ ଦେଇଥିଲା। ବାର ବନ୍ଦ ଯୋଗୁଁ ଶତାଧିକ ପରିବାର ଉପାସରେ ଥିବା ବାର ମାଲିକ ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

bar o

କନକ ବ୍ୟୁରୋ : ଡ୍ୟାନ୍ସ ବାର ବନ୍ଦ ନେଇ ବାର ମାଲିକ ସଙ୍ଘର ସାମ୍ବାଦିକ ସମ୍ମିଳନୀ। ବାରରେ ଖର୍ଚ୍ଚ ହୋଇଥିବା ଟଙ୍କା ସରକାର ଫେରାଇଦେଲେ, ବାର ବନ୍ଦ କରିଦେବୁ ବୋଲି ବାର ମାଲିକ କହିଛନ୍ତି। ଏପରିକି ଡ୍ୟାନ୍ସ ବାର ବୋଲି କୌଣସି ଶବ୍ଦ ନାହିଁ ଓ ୧୭ଟି ନିୟମ ପାଳନ କଲା ପରେ ହିଁ ଅବକାରୀ ବିଭାଗ ଲାଇସେନ୍ସ ଦେଇଥିଲା। ବାର ବନ୍ଦ ଯୋଗୁଁ ଶତାଧିକ ପରିବାର ଉପାସରେ ଥିବା ବାର ମାଲିକ ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏପରିକି ବାର ମାଲିକ ମାନଙ୍କ ଅବସ୍ଥା ମଧ୍ୟ ଶୋଚନୀୟ, ଏବଂ ଏମଜିକ୍ୟୁ ବା ମିନିମମ ଗ୍ୟାରେଣ୍ଟି କୋଟା ଉଠାଇ ପାରୁନଥିବାରୁ ସରକାର ଏ ଦିଗରେ ପୁନଃ ବିଚାର କରିବାର ଆବଶ୍ୟକତା ରହିଥିବା ବାର ମାଲିକ ସଂଘ କହିଛି। ବାର ବନ୍ଦ ଥିବାରୁ ୪ ହଜାର ପରିବାର ଏବେ ପ୍ରଭାବିତ ହୋଇଛନ୍ତି। ସମ୍ପୂର୍ଣ ବନ୍ଦ ହେଲେ ଜୀବିକା ହରାଇବାର ଆଶଙ୍କା ରହିଛି। ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଅବକାରୀ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତି ନେଇଛନ୍ତି ବାର ମାଲିକ ସଂଘ। ଯଦି କୌଣସି ସୁଫଳ ନମିଳେ ଆଗାମୀ ଦିନରେ ବାର ମାଲିକ ସଙ୍ଘ ଆଇନର ଆଶ୍ରୟ ନେବ ବୋଲି କହିଛନ୍ତି ବାର ମାଲିକ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe