କନକବ୍ୟୁରୋ : ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା । ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସେହି ଫିଲ୍ମ ଜରିଆରେ ତାଙ୍କ ବିରୋଧରେ ବର୍ଷା ମିଛ ଅଭିଯୋଗ ଆଣିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ଏଥିସହ ଏହି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବ ମହାନ୍ତି ଆହ୍ୱାନ ଦେଇଛନ୍ତି । ଆଗକୁ ଲେଖିଛନ୍ତି କୋର୍ଟରେ ଛାଡପତ୍ର ବିବାଦରେ ତାଙ୍କର ବିଜୟ ହୋଇସାରିଛି । ତେଣୁ ପୁଣି ଦାମ୍ପତ୍ୟ କଳହକୁ ନେଇ ବିବାଦ ନକରିବାକୁ ପରାମର୍ଶ ଦେଇଛନ୍ତି ଅନୁଭବ ମହାନ୍ତି ।
ସୋସିଆଲ ମିଡିଆରେ ଅନୁଭବଙ୍କ ଆହ୍ବାନ : ମିଛ ଅଭିଯୋଗ ନୁହେଁ ଖୋଲା ବିତର୍କ ପାଇଁ ହୁଅ ପ୍ରସ୍ତୁତ
ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା । ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି ।
/kanak/media/media_files/2025/01/06/ssZ8P7trVcuOTUu1ALQu.jpg)