କନକ ବ୍ୟୁରୋ : ବନ୍ଦ ହେବ ନାହିଁ ବ୍ୟାଙ୍କ । ସ୍ଥଗିତ ରହିଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ । ୨୪ ଓ ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଲା । ବ୍ୟାଙ୍କ ସଙ୍ଘର ଦାବିକୁ ଶୁଣିବାକୁ ସରକାର ରାଜି ହୋଇଛନ୍ତି ବୋଲି ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା । ଦୁଇ ମାସ ଭିତରେ ଦାବି ବିଚାର ନେଇ ପ୍ରତିଶ୍ରୁତି ମିଳିଛି ବୋଲି ସଙ୍ଘ କହିଛି । ଦାବି ଶୁଣିବାକୁ ପ୍ରତିଶ୍ରୁତି ପରେ ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି ।
ସୂଚନାମୁତାବକ, ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଏହି ବନ୍ଦ ଡାକରା ଦେଇଥିଲା । ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବାକୁ ପ୍ରସ୍ତୁତ ଥିଲା ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ଯ୍ୟ ସପ୍ତାହ ପାଇଁ ଦାବି କରାଯାଇଥିଲା । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଥିଲା ।