କନକ ବ୍ୟୁରୋ : ଆପଣମାନେ ଯେତେବେଳେ ବାହାରକୁ ବାହାରିଥାନ୍ତି ଚପଲଟିଏ ନିହାତି ଦରକାର ପଡିଥାଏ ଆଜିକାଲି ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଦରେ ଚପଲ ଦେଖିବାକୁ ମିଳିଥାଏ ଏହାକୁ ଲକ୍ଷ୍ୟ ରଖି ବାଙ୍କୀ ଉପର ପାଥପୁର ଗାଁର ମହିଳା ମାନେ ଚପଲ ମେସିନ ପକାଇ ଆରମ୍ଭ କରିଛନ୍ତି ଚପଲ ବ୍ୟବସାୟ ଏହି ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି

ବାଙ୍କୀ-ଡମପଡା ବ୍ଲକ ଉପର ପାଥପୁର ଗାଁ ମହିଳାଙ୍କ ନିଆରା ଉଦ୍ୟମ ରୋଜଗାର କରିବା ପାଇଁ ଚପଲ ତିଆରି ଭଳି ଏକ କାମ ହାତକୁ ନେଇଛନ୍ତି ଏହି ମହିଳା ମାନେ କାରଣ ଘର ହେଉ ଅବା ବାହାର ସବୁ ଜାଗାରେ ଚପଲ ବ୍ୟବହାର କରୁଛନ୍ତି ଲୋକେ ଜଣେ ଜଣେ ଗୋଟିଏ ହଳ ନୁହେଁ ସଉକରେ ଏକାଧିକ ଚପଲ କିଣିବାର ଦେଖିବାକୁ ମିଳିଥାଏ ତେଣୁ ଲୋକଙ୍କ ଆବଶ୍ୟକତା ଚାହିଦାକୁ ନଜରରେ ରଖି ମହିଳା ମାନେ ଏଭଳି ଏକ ସୁନ୍ଦର ଉଦ୍ୟୋଗ ଆରମ୍ଭ କରିଛନ୍ତି ଘର କାମ ସାରିବା ପରେ ସମସ୍ତେ ଚପଲ ତିଆରି କରିବା ପାଇଁ ଏକାଠି ହୋଇଥାଆନ୍ତି

ଜଣେ ନୁହେଁ ପ୍ରାୟ ୨୦ରୁ ଅଧିକ ମହିଳା ଚପଲ ପସ୍ତୁତିରେ ଲାଗିପଡ଼ିଛନ୍ତି କିଏ ମେସିନରେ ଚପଲ ତିଆରି କରୁଛି ପୁଣି କିଏ ଚପଲରେ ଫିତା ଲଗାଉଛି ଏଥିପାଇଁ ମହିଳା ମାନେ ପ୍ରଥମେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବ୍ୟାଙ୍କରୁ କିଛି ରୁଣ ଆଣିଲେ ରୁଣ ଟଙ୍କାରେ ମେସିନ ପକାଇ ଏହି କାମ ଆରମ୍ଭ କଲେ ଭୁବନେଶ୍ୱରରୁ କଂଚାମାଲ ଆଣି ମେସିନ ମାଧ୍ୟମରେ ବିଭିନ୍ନ ସାଇଜ ଥିବା ଛାଞ୍ଚରେ ଚପଲ ତିଆରି କରନ୍ତି ମହିଳା  ଛାଞ୍ଚରେ ଚପଲ ପ୍ରସ୍ତୁତ ହୋଇସାରିବା ପରେ ସେଥିରେ ଫିତା ଲଗାଇବାଠାରୁ ଆରମ୍ଭ କରି ପ୍ୟାକିଙ୍ଗ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି ମହିଳା ମାନେ ହିଁ କରୁଛନ୍ତି ସ୍ଥାନୀୟ ଅଞ୍ଚଳରେ ଏହି ବ୍ୟବସାୟ ନଥିବା ବେଳେ ଆଗକୁ ଭଲ ଲାଭ ମିଳିପାରିବ ବୋଲି କହିଛନ୍ତି ମହାଲକ୍ଷ୍ମୀ ମହିଳା ଗ୍ରୁପର ସଭାପତି

ଗ୍ରୁପର ମହିଳା ମାନେ ଘରେ ବସିବା ଅପେକ୍ଷା କିଛି କାମ କରି ନିଜେ ଆତ୍ମନିର୍ଭରଶୀଳ ହେବାପାଇଁ ନିଷ୍ପତ୍ତି ନେଇଥିଲେ ସେମାନେ ପ୍ରଥମେ ନାବାର୍ଡ ମାଧ୍ୟମରେ ଚପଲ ପ୍ରସ୍ତୁତି ପାଇଁ ତାଲିମ ନେଇଥିଲେ ଦୈନଦିନ ସକାଳୁ ନିଜର ଘରକାମ ସାରି ଏହି ମହିଳା ମାନେ ଚପଲ ପ୍ରସ୍ତୁତରେ ଲାଗିପଡିଥାନ୍ତି ଏହି ଚପଲ ସବୁ ସ୍ଥାନୀୟ ବଜାରକୁ ବିକ୍ରି ପାଇଁ ପଠାଯାଉଥିବା ବେଳେ ବିଭିନ୍ନ ସମୟରେ ପଡୁଥିବା ଷ୍ଟଲ ମାନଙ୍କରେ ଏହାକୁ ବିକ୍ରି କରାଯାଉଛି

ବାଙ୍କୀ ବଜାର ସମେତ ଭୁବନେଶ୍ୱର କଟକ ଭଳି ସହରରେ ମଧ୍ୟ ଏହି ଚପଲର ଚାହିଦା ରହିଛି ମାର୍କେଟିଂ ବଜାର ବ୍ୟବସ୍ଥା ହେଲେ ଆହୁରି ଭଲ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ମହିଳା ପୂର୍ବରୁ ମହିଳା ମାନେ ନିଜର ଖର୍ଚ୍ଚ ପାଇଁ ପୁରୁଷଙ୍କ ଉପରେ ନିର୍ଭର କରୁଥିଲେ ଏବେ ନିଜେ ରୋଜଗାର କରିପାରୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି

ବିଶେଷକରି ଚପଲ ତିଆରି କାରଖାନା ଆମ ରାଜ୍ୟରେ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ ମର୍କେଟକୁ ଆସୁଥିବା ବିଭିନ୍ନ କମ୍ପାନୀର ଜୋତା ବାହାର ରାଜ୍ୟରୁ ଆସିଥାଏ ଏଭଳି ସ୍ଥିତିରେ ମହିଳାଙ୍କ ପ୍ରୟାସ ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ