କନକ ବ୍ୟୁରୋ: ବାଙ୍କୀରେ ରାଜନୈତିକ ହତ୍ୟାକାଣ୍ଡ ମାମଲା । ୯ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୨୦୨୦ ଅକ୍ଟୋବର ୨୪ ତାରିଖରେ ଘଟିଥିଲା ଅତ୍ୟାକାଣ୍ଡ । ନଣ୍ଡା ଓରଫ ଗୋବିନ୍ଦ ବେହେରାଙ୍କୁ ଅଭିଯୁକ୍ତମାନେ ବୋମା ପକାଇ ଓ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ୧୨ ଜଣ ଅଭିଯୁକ୍ତ ଥିବା ବେଳେ ୨ ବର୍ଷ ପୂର୍ବରୁ ଓ ଜଣେ ଶୁଣାଣି ସମୟରେ ଫେରାର ହୋଇଯାଇଥିଲେ । ତେବେ ୯ ଜଣ ଦୋଷୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ୬୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଟଙ୍କା ମୃତକଙ୍କ ବିଧବା ପତ୍ନୀଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ କହିଛନ୍ତି ।
ବାଙ୍କୀରେ ରାଜନୈତିକ ହତ୍ୟାକାଣ୍ଡ ମାମଲା । ୯ ଜଣଙ୍କୁ ଆଜୀବନ ଜେଲଦଣ୍ଡ
ବାଙ୍କୀରେ ରାଜନୈତିକ ହତ୍ୟାକାଣ୍ଡ ମାମଲା । ୯ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍