କନକ ବ୍ୟୁରୋ: ପରେଡ ପାଇଁ ଯାଉଥିଲେ ଛାତ୍ରଛାତ୍ରୀ । କିନ୍ତୁ ବାଟରେ ଜଗି ବସିଥିଲା ଯମ । ସରଣ୍ଡା ପ୍ୟାରେଡ ଗ୍ରାଉଣ୍ଡରେ ପହଞ୍ଚିବା ପୂର୍ବରୁ ଅଂଶୁପା ନିକଟରେ ଓଲଟି ପଡ଼ିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ବେହେରା । ପୁଅକୁ ହରାଇ ବୁକୁଫଟେଇ କାନ୍ଦୁଛନ୍ତି ମାଆ ଓ ପରିବାର । ପୁଅ ପାଠ ପଢ଼ିବ ବୋଲି ତାକୁ ମାମୁଁ ଘରେ ରଖିଥିଲେ । ପରେଡକୁ ଯିବା ନେଇ କାଲି ରାତିରେ ଭିଡ଼ିଓ କଲରେ ମାଆଙ୍କୁ କହିଥିଲେ ସୌମ୍ୟ । ଆଉ ସେହି କଲ୍ ଥିଲା ପୁଅର ଶେଷ କଲ୍ ।
ଛାତ୍ର ମୃତ୍ୟୁ ପାଇଁ ଦାୟୀ କିଏ ?
କାହା ଅବହେଳା ପାଇଁ ଘଟିଲା ଦୁର୍ଘଟଣା ?
ଛାତ୍ର ମୃତ୍ୟୁକୁ ନେଇ ତୁମ୍ଭୀ ତୋଫାନ । ଅସୁରକ୍ଷିତ ପିକ୍ଅପ୍ ଭ୍ୟାନରେ ଛାତ୍ରଛାତ୍ରୀଙ୍କୁ ଶ୍ରମିକ ଭଳି ବୋହିନେବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି । ପିଲାଙ୍କୁ ଖୋଲା ଗାଡ଼ିରେ ନେବାକୁ କିଏ ଦେଲା ଅନୁମତି? ଛାତ୍ରଛାତ୍ରୀଙ୍କ ସହ ଗାଡ଼ିରେ କାହିଁକି ନଥିଲେ ଶିକ୍ଷକ? ପିଲାଙ୍କ ଜୀବନ ସହ ଖେଳ ପାଇଁ କିଏ ଉତ୍ତରଦାୟୀ? ଘଟଣାରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ପାଇଁ ଚିଠି ଲେଖା ଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ୧୨ ଜଣଙ୍କ ଚିକିତ୍ସା କଟକ ବଡ଼ ଡାକ୍ତରଖାନାରେ ଚାଲିଛି । ପୁଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି । କେତେବେଳେ କାହା ସହ କଣ ହେବ ତାହା ତ କାହାକୁ ଜଣାନାହିଁ । କିନ୍ତୁ ବାଙ୍କୀରେ ଘଟିଥିବା ଦୁର୍ଘଟଣା ପଛରେ ରହିଛି ଅନେକ ଅବହେଳା । ଯାହା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/26/FrWPVz6Jox8AObeEvgKR.jpg)