ବ୍ୟାଙ୍କ କାମ ହେବ ଅଚଳ ! ଫେବ୍ରୁଆରୀରେ ଧର୍ମଘଟ ପାଇଁ ଏଆଇବିଓସିର ଡାକରା

ଆସନ୍ତା ଫେବ୍ରୁଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଧମକ ଦେଇଛି ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ।

bank

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଧମକ ଦେଇଛି ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) । ମହାସଂଘ ପକ୍ଷରୁ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ , ସବୁ କ୍ୟାଡରରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଏବଂ ଦୀର୍ଘଦିନ ହେଲା ପଡ଼ି ରହିଥିବା ଅନ୍ୟାନ୍ୟ ଦାବିଗୁଡ଼ିକର ସମାଧାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ନିକଟରେ ଆର୍ଥିକ ସେବା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ମହାସଂଘ ସମାଲୋଚନା କରିଛି । ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ନିଯୁକ୍ତି ସୁରକ୍ଷା ସହ ସାଲିସ କରୁଛି ଏବଂ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି । କାର୍ୟ୍ୟଦକ୍ଷତା ସମୀକ୍ଷା ଏବଂ ପ୍ରଦର୍ଶନ ସଂଯୋଜିତ ପ୍ରୋତ୍ସାହନ (ପିଏଲଆଇ) ସଂକ୍ରାନ୍ତ ମାର୍ଗଦର୍ଶନକୁ ତୁରନ୍ତ ପ୍ରତ୍ୟାହାର ପାଇଁ କୁହାଯାଇଛି । ଚଳିତମାସରେ ଧର୍ମଘଟ ନୋଟିସ ଦିଆଯିବା ପରେ ଆଗକୁ ଅଧିକ ଆନ୍ଦୋଳନାତ୍ମକ କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ମହାସଂଘ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe