ଷ୍ଟେଟ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରେ ପରେ ଅନିଲ ଅମ୍ବାନୀଙ୍କୁ ଠକ ଘୋଷଣା କଲା ଏହି ବ୍ୟାଙ୍କ, ଜାଣନ୍ତୁ କେତେ ଟଙ୍କାର ଋଣ ହେରଫେର କରିଛନ୍ତି ଅନିଲ ଅମ୍ବାନୀ

ଗୁରୁବାର ରାତିରେ ବ୍ୟାଙ୍କ ଅଫ୍ ବରୋଦା ଏହି ସୂଚନା ଏକ୍ସଚେଞ୍ଜ ସହିତ ସେୟାର କରିଛି । କହିରଖୁ କି ଗତ କିଛିମାସ ହେବ ଅନିଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦାର ଏହି ନିଷ୍ପତ୍ତି ଅନିଲ ଅମ୍ବାନୀଙ୍କ ପାଇଁ ଆହୁରି ଅଡ଼ୁଆ ବଢାଇଛି ।

23

କନକ ବ୍ୟୁରୋ : ବିଶିଷ୍ଠ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ପୁଣି ଏକ ଝଟକା ଲାଗିଛି । ବ୍ୟାଙ୍କ ଅଫ୍ ବରୋଦା ତରଫରୁ ଅନିଲ ଅମ୍ବାନୀ ଓ ରିଲିଆନ୍ସ କମ୍ପ୍ୟୁନିକେସନ ଲିମେଟଡର ଆକାଉଣ୍ଟକୁ ଫ୍ରଡ ବୋଲି ଘୋଷଣା କରାଯାଇଛି । ଗୁରୁବାର ରାତିରେ ବ୍ୟାଙ୍କ ଅଫ୍ ବରୋଦା ଏହି ସୂଚନା ଏକ୍ସଚେଞ୍ଜ ସହିତ ସେୟାର କରିଛି । କହିରଖୁ କି ଗତ କିଛିମାସ ହେବ ଅନିଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦାର ଏହି ନିଷ୍ପତ୍ତି ଅନିଲ ଅମ୍ବାନୀଙ୍କ ପାଇଁ ଆହୁରି ଅଡ଼ୁଆ ବଢାଇଛି । 

ବ୍ୟାଙ୍କ ଅଫ୍ ବରୋଦା ତରଫରୁ ଷ୍ଟକ୍ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନା ମୁତାବକ ବ୍ୟାଙ୍କ ବୋର୍ଡ ଅନିଲ ଅମ୍ବାନୀ ଓ ରିଲିୟାନ୍ସ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡର ଲୋନ ଆକାଉଣ୍ଟସକୁ ଫ୍ରଡ ଘୋଷଣା କରାଯାଇଛି । ସେପଟେ ଅନିଲ ଅମ୍ବାନୀ କହିଛନ୍ତି କି, ଏ ବାବଦରେ ସେ ଆଇନର ପରାମର୍ଶ ନେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe