ଆଗକୁ ବ୍ୟାଙ୍କ ମହାମିଶ୍ରଣ: ସବୁ ମିଶି ଦେଶରେ ରହିବେ ୫ଟି ବ୍ୟାଙ୍କ

କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଦେଶରେ ଥିବା ସମସ୍ତ ବ୍ୟାଙ୍କର ମିଶ୍ରଣ ଘଟାଇ କେବଳ ୫ଟି ବ୍ୟାଙ୍କ ରଖିବାକୁ ପ୍ରସ୍ତାବ ଥିବା ସୂଚନା ମିଳିଛି ।

bank merger

bank merger Photograph: (kanak news)

କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଦେଶରେ ଥିବା ସମସ୍ତ ବ୍ୟାଙ୍କର ମିଶ୍ରଣ ଘଟାଇ କେବଳ ୫ଟି ବ୍ୟାଙ୍କ ରଖିବାକୁ ପ୍ରସ୍ତାବ ଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, 'ନିତି' ଆୟୋଗର ସୁପାରିସ ଆଧାରରେ ସରକାର ଛୋଟ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିପାରନ୍ତି । ଏପରି ହେଲେ  ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ମିଶ୍ରଣ ହେବ । ତେବେ ଏହା ଗ୍ରାହକମାନଙ୍କ ପାଇଁ କିଛିଟା ସମସ୍ୟା ଆଣିପାରେ । ମିଶ୍ରଣ ପରେ ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ପ୍ରକ୍ରିୟାକରଣ କରିବାକୁ ପଡିବ, ଯାହା ସେମାନଙ୍କର କାର୍ଯ୍ୟଭାର ବୃଦ୍ଧି କରିବ । ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢୁଛି । ଉଦ୍ଦେଶ୍ୟ ରହିଛି, ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଭିଭିଭୂମି, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ସହିତ  ବଡ଼ ଆକାରରେ ଋଣ ଦେଇପାରିବ।

ଆହୁରି ପଢ଼ନ୍ତୁ : ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା

ବର୍ତ୍ତମାନ ସମୟରେ ବିଶ୍ୱର ଶ୍ରେଷ୍ଠ ୨୦ ବ୍ୟାଙ୍କ ତାଲିକାରେ ଭାରତର କୌଣସି ବ୍ୟାଙ୍କର ନାଁ ନାହିଁ । ତେଣୁ ସରକାର ବ୍ୟାଙ୍କ ଗୁଡ଼ିକୁ ମିଶାଇ ଏକ ବଡ଼ ବ୍ୟାଙ୍କ ତିଆରି କରିବାକୁ ଯୋଜନା କରୁଛନ୍ତି । ନଭେମ୍ବର ୬ ତାରିଖରେ ଏସୟୁଆଇର ଏକ କନକ୍ଲେଭରେ ଯୋଗ ଦେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଦ୍ୱିତୀୟ ପର୍ଯ୍ୟାୟ ମିଶ୍ର ଣନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଙ୍କେତ ଦେଇଥିଲେ । ଦେଶକୁ ଅନେକ ବଡ଼ ଆଉ ବିଶ୍ୱସ୍ତରୀୟ ବ୍ୟାଙ୍କର ଆବଶ୍ୟକତା ଅଛି । ତେଣୁ ଆମକୁ ଆରବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକ ସହିତ ବସି ଏନେଇ ଆଲୋଚନା କରିବା ପଡ଼ିବ ବୋଲି ସୀତାରମଣ କହିଥିଲେ । ତେବେ ପୂର୍ବରୁ ମଧ୍ୟ କିଛି ବ୍ୟାଙ୍କର ମିଶ୍ରଣ କରାଯାଇସରିଛି । ହେଲେ ଏଥର ଯେଉଁ ମିଶ୍ରଣ କରାଯିବ ତା ପଛରେ ବଡ଼ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ : ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା,  ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ହେବ ମିଛଧରା ପରୀକ୍ଷା

ଆପଣ ଜାଣିଥିବେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣର ପ୍ରଥମ ପର୍ଯ୍ୟାୟ ୨୦୧୯- ୨୦ ଆର୍ଥିକ ବର୍ଷରେ ହୋଇଥିଲା । ୨୦୧୯ ଅଗଷ୍ଟରେ ସରକାର ୪ଟି ବଡ଼ ସରକାରୀ ବ୍ୟାଙ୍କର ମିଶ୍ରଣ ଘୋଷଣା କରିଥିଲେ । ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରାଇ ୫ଟି ବଡ଼ ବ୍ୟାଙ୍କ ଗଠନ କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୨୭ ରୁ ହ୍ରାସ ପାଇ ମାତ୍ର ୧୨ ହୋଇଯାଇଥିଲା । ଏହି ମିଶ୍ରଣ ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଥିଲା । ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ବିଲୟ କରାଯାଇଥିଲା । ସେହିପରି ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଏବଂ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା। ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରିଥିଲେ ସରକାର | ତେବେ ତା ପୂର୍ବରୁ ୨୦୧୯ ରେ, ଦେନା ବ୍ୟାଙ୍କ ଏବଂ ବିଜୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦାରେ ମିଶାଇ ଦିଆଯାଇଥିଲା । ଆଉ ଏବେ ସରକାର ପୁଣିଥରେ ବ୍ୟାଙ୍କ ଗୁଡ଼ିକୁ ମିଶାଇ ଦେଶରେ ୫ଟି ବଡ଼ ବ୍ୟାଙ୍କ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe