Bank fraud Photograph: (kanakNews)
ଠକେଇ ଅଭିଯୋଗ: ବନ୍ଧା ହେଲେ ମ୍ୟାନେଜର
କନକ ବ୍ୟୁରୋ: ଠକେଇ ଅଭିଯୋଗରେ ଗିରଫ ହେଲେ ବ୍ୟାଙ୍କ ମ୍ୟାନେଜର । ବ୍ରହ୍ମପୁର ଆଇସିଆଇସିଆଇ ବ୍ୟାଙ୍କ ଗୋଶାଣୀ ନୁଆଗାଁ ଶାଖା ମ୍ୟାନେଜର ଏପିଲି ମିଥୁନ ଗିରଫ । ୪୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତାଙ୍କୁ ଟାଉନ ଥାନା ପୋଲିସ ବାନ୍ଧିଛି ।
୨୦୨୩ ମସିହାରେ ଧର୍ମନଗର ବ୍ରାଞ୍ଚରେ ଥିବାବେଳେ ବିଭିନ୍ନ ପ୍ରଲୋଭନ ଦେଖାଇ ତିନି ଜଣ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରିନଥିଲେ ଓ ଟଙ୍କା ମାଗିଲେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଥାନାରେ ଟଙ୍କା ଦେଇଥିବା ବ୍ୟକ୍ତି ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଅନୁସାରେ ପୋଲିସ୍ ସମ୍ପୃକ୍ତ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
Follow Us