କନକ ବ୍ୟୁରୋ : ଆଜିକା ସମୟରେ କିଛି ବି ଜିନିଷ ପାଇଁ ଲୋନ୍‌ ନେବା ଏକ ସାଧାରଣ କଥା । ସେ ଘର କିଣିବା ହେଉ କି କାର କିଣିବା ଏବଂ ବ୍ୟବସାୟରେ ଯଦି ଟଙ୍କାର ଆବଶ୍ୟକତା ପଡୁଛି ଲୋକେ ଲୋନ୍‌ ନେଇଥାଆନ୍ତି । ବ୍ୟକ୍ତିଗତ ଖର୍ଚ୍ଚ  ପାଇଁ ମଧ୍ୟ ଲୋକେ ଲୋନ୍‌ ନେଇଥାଆନ୍ତି ।   ଏପରି ଆବଶ୍ୟକତା କୁ ପୁରା କରିବା ପାଇଁ ବ୍ୟାଙ୍କରୁ ଋଣ ନେଇଥାଆନ୍ତି ବ୍ୟକ୍ତି । ଆପଣ ଯେଉଁ ଉଦ୍ଦେଶ୍ୟ ପାଇଁ ଋଣ ନେଇଛନ୍ତି ତାହା ଉପରେ ନିର୍ଭର କରି ବ୍ୟାଙ୍କଗୁଡ଼ିକ ଆପଣଙ୍କଠାରୁ ସୁଧ ଆଦାୟ  କରିଥାଆନ୍ତି । ଋଣ ସୁଝିବା ପାଇଁ  ଆପଣଙ୍କୁ ପ୍ରତ୍ୟେକ ମାସରେ କିସ୍ତି ଦେବାକୁ ପଡିଥାଏ।  କୌଣସି ବ୍ୟକ୍ତିଙ୍କୁ ଋଣ ଦେବା ପୂର୍ବରୁ, ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି  ବିଷୟରେ  ସମ୍ପୂର୍ଣ୍ଣ ସୂଚନା ନେଇଥାଏ ।  ନିଶ୍ଚିତ ହେବା ପରେ ହିଁ, ବ୍ୟାଙ୍କ ସେହି ବ୍ୟକ୍ତିଙ୍କୁ ଋଣ ଦେଇଥାଏ । ଆମେ ସମସ୍ତେ  ଜାଣିଛନ୍ତି ଯେ, ଯଦି  ଠିକ୍‌ ସମୟରେ  ଆପଣ  ପୁରା ଋଣ ସୁଝୁନାହାଁନ୍ତି  ତେବେ ବ୍ୟାଙ୍କ ଉକ୍ତ ବ୍ୟକ୍ତି  ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । କିନ୍ତୁ ଆପଣ ଏହା ଜାଣିଛନ୍ତି କି , ଯଦି ଲୋନ୍‌ ସୁଝିବା ପୂର୍ବରୁ ଲୋନ୍‌ ନେଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ଏହି ପରିସ୍ଥିତିରେ ଉକ୍ତ ଋଣ ସୁଝିବ କିଏ ?  

Advertisment

ସୂଚନାମୁତାବକ, ଯଦି ଋଣ ନେଇଥିବା  ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ସର୍ବ ପ୍ରଥମେ ବ୍ୟାଙ୍କ  ଲୋନ୍‌ ସୁଝିବା ପାଇଁ  କୋ-ଆପ୍ଲିକାଣ୍ଟସ୍‌ ଙ୍କୁ ଯୋଗାଯୋଗ କରାଯାଇଥାଏ । ଯଦି କୋ-ଆପ୍ଲିକାଣ୍ଟ ବି ଋଣ ସୁଝିବା ପାଇଁ ଅସମର୍ଥ ତେବେ ବ୍ୟାଙ୍କ ଗ୍ୟାରେଣ୍ଟର, ମୃତକଙ୍କ ପରିବାରର ସଦସ୍ୟ ଅଥବା  ଆଇନ୍‌ଗତ ଉତ୍ତରାଧିକାରୀଙ୍କ ସହ ସମ୍ପର୍କ କରିଥାଏ । ଯଦି ଏହି ବ୍ୟକ୍ତିଙ୍କ ମଧ୍ୟରୁ କେହି ବାକି ଋଣ ପରିଶୋଧ କରିବାକୁ ଅସମର୍ଥ ହୁଅନ୍ତି, ତେବେ ଏପରି ପରିସ୍ଥିତିରେ ବ୍ୟାଙ୍କ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିପାରିବ ଏବଂ ଏହାକୁ ବିକ୍ରି କରି ବକେୟା ଋଣର ପରିମାଣ ଆଦାୟ କରିପାରିବ। 

ବ୍ୟାଙ୍କଗୁଡ଼ିକ ଗୃହ ଋଣ କିମ୍ବା ଗାଡ଼ି ଋଣ କିପରି ଆଦାୟ କରନ୍ତି? 

ଯଦି ଗୃହ ଋଣ କିମ୍ବା କାର ଋଣ ନେଉଥିବା ବ୍ୟକ୍ତିର ମୃତ୍ୟୁ ହୁଏ, ତେବେ ବ୍ୟାଙ୍କ ତାଙ୍କ ଘର ଏବଂ କାର ଜବତ କରିଦିଏ। ତା'ପରେ ଜବତ ଘର ଏବଂ କାର ନିଲାମ କରାଯାଏ। ନିଲାମରୁ ପ୍ରାପ୍ତ ଟଙ୍କାରୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଋଣ ଆଦାୟ କରିଥାଆନ୍ତି। ।
 

ଏପରି ପରିସ୍ଥିତିରେ ଟର୍ମ  ଇନ୍ସୁରାନ୍ସ  ସହାୟକ ହୋଇପାରେ। 

କୌଣସି ପରିବାର ପାଇଁ ନିଜ ଘର କିମ୍ବା ଅନ୍ୟ କୌଣସି ଜିନିଷ ନିଲାମ ହେଉଥିବା ଦେଖିବା ବହୁତ କଷ୍ଟକର। ତେଣୁ, ଏପରି ପରିସ୍ଥିତିକୁ ଏଡାଇବା ପାଇଁ, ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି ଯେ ଲୋକମାନେ ଅତି କମରେ ୧ କୋଟି ଟଙ୍କାର ଟର୍ମ ବୀମା ନେବା ଉଚିତ। ଯାହା ଦ୍ଵାରା ଭବିଷ୍ୟତରେ ଏପରି କୌଣସି ଅପ୍ରୀତିକର ଘଟଣାର ସମ୍ମୁଖୀନ ହେଲେ, ବୀମା ରାଶିରୁ ଋଣ ପରିଶୋଧ କରାଯାଇପାରିବ।