ମହମ୍ମଦ ୟୁନୁସଙ୍କ ଭାରତ ବିରୋଧୀ ମନ୍ତବ୍ୟ : ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ନିମନ୍ତ୍ରଣ

Advertisment

ଅସଲ ଚେହେରା ଦେଖାଇଛି ବାଂଲାଦେଶ । ଅନ୍ତରୀଣ ସରକାର ମହମ୍ମଦ ୟୁନୁସଙ୍କ ଚୀନ ଗସ୍ତ ପରେ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ବିବାଦ ଦେଖାଯାଇପାରେ ।

ଅସଲ ଚେହେରା ଦେଖାଇଛି ବାଂଲାଦେଶ । ଅନ୍ତରୀଣ ସରକାର ମହମ୍ମଦ ୟୁନୁସଙ୍କ ଚୀନ ଗସ୍ତ ପରେ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ବିବାଦ ଦେଖାଯାଇପାରେ ।

Bangladesh ggg

Photograph: (kanaknews)

କନକ ବ୍ୟୁରୋ : ଅସଲ ଚେହେରା ଦେଖାଇଛି ବାଂଲାଦେଶ । ଅନ୍ତରୀଣ ସରକାର ମହମ୍ମଦ ୟୁନୁସଙ୍କ ଚୀନ ଗସ୍ତ ପରେ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ବିବାଦ ଦେଖାଯାଇପାରେ । ନିକଟରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଚୀନ ଗସ୍ତ କରିଥିଲେ । ଏହି ଗସ୍ତରେ ମହମ୍ମଦ ୟୁନୁସ୍ ଭାରତର ଉତ୍ତର-ପୂର୍ବ ଭାରତର ସ୍ଥିତି ବିଷୟରେ ଚୀନ୍ ସହ ଆଲୋଚନା କରିଛନ୍ତି । ବାଂଲାଦେଶରେ ନିଜର ଅର୍ଥନୈତିକ ପ୍ରଭାବ ବଢ଼ାଇବାକୁ ୟୁନୁସ୍ ଚୀନକୁ  ନିବେଦନ କରିଛନ୍ତି । ମହମ୍ମଦ 

ୟୁନୁସ୍ ଆହୁରି ମଧ୍ୟ କହିଛନ୍ତି , ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଉପସ୍ଥିତି ଏକ ସୁଯୋଗ ସାବ୍ୟସ୍ତ ହୋଇପାରେ । ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ମଧ୍ୟ ୪ ଦିନିଆ ଚୀନ ଗସ୍ତ ସମୟରେ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି  ୟୁନୁସଙ୍କ ଗସ୍ତର ଏହି ଭିଡିଓରେ ଯେଉଁଥିରେ ୟୁନୁସ କହୁଛନ୍ତି, "ଭାରତର ପୂର୍ବ ଭାଗରେ ଥିବା ସାତଟି ରାଜ୍ୟକୁ ସାତ ଭଉଣୀ କୁହାଯାଏ । ସେଗୁଡ଼ିକ ହେଉଛି ଜମି ଘେରା ଅଞ୍ଚଳ । ସମୁଦ୍ର ରେ ପହଞ୍ଚିବା ପାଇଁ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । ବାଂଲାଦେଶ ସମୁଦ୍ରର ଏକମାତ୍ର ଅଭିଭାବକ । ଚୀନ୍‌ ଅର୍ଥନୀତି ବୃଦ୍ଧି ପାଇଁ ଏହା ଏକ ବଡ଼ ସମ୍ଭାବନା ସୃଷ୍ଟି କରିବ । ଏହା ଏକ ବଡ଼ ସୁଯୋଗ ହୋଇପାରେ ବୋଲି ୟୁନିସ୍ କହିଛନ୍ତି ।

ୟୁନୁସଙ୍କ ଚୀନ୍‌ ପ୍ରେମ ! 
-ମହମ୍ମଦ ୟୁନୁସ୍ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍‌ଙ୍କୁ ଭେଟି ସେଠାରେ ୯ଟି ଚୁକ୍ତି ସ୍ୱାକ୍ଷର କରିଥିଲେ
-ୟୁନୁସଙ୍କ ବୟାନ, ବାଂଲାଦେଶ ଏହି ଅଞ୍ଚଳ ମହାସାଗରର ଏକମାତ୍ର ରକ୍ଷକ
- ଚୀନ୍ ଅର୍ଥନୀତିର ଏକ ବଡ଼ ସୁଯୋଗ ଏବଂ ସମ୍ପ୍ରସାରଣ ହୋଇପାରେ
-ଭାରତର ୭ଟି ରାଜ୍ୟ ସମୁଦ୍ରଠାରୁ ଦୂରରେ ରହିଛି
-ଏହି ଅଞ୍ଚଳ ବାଂଲାଦେଶ ଓ ଚୀନ ପାଇଁ ଏକ ବଡ଼ ସୁଯୋଗ 
-ବାଂଲାଦେଶ ଚୀନଠାରୁ ୨.୧ ବିଲିୟନ ଡଲାର ପୁଞ୍ଜିନିବେଶ, ଋଣ ଏବଂ ଅନୁଦାନର ପ୍ରତିଶ୍ରୁତି ହାସଲ କରିଛି
-ତିସ୍ତା ନଦୀର ବ୍ୟାପକ ପରିଚାଳନା ଓ ପୁନରୁଦ୍ଧାର ପ୍ରକଳ୍ପରେ ଚୀନ୍ କମ୍ପାନି କାମ କରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe