କନକ ବ୍ୟୁରୋ : ଭୋଗରାଇ ବ୍ଳକ ସୀମାନ୍ତ ସାହାବାଜପୁର ଗାଁରେ ବଢ଼ୁଛନ୍ତି ବାଂଲାଦେଶୀ ଦେହଜୀବୀ । ଜାଲ ଆଧାର କାର୍ଡ ଓ ପ୍ରମାଣ ପତ୍ର ଧରି ପଶ୍ଚିମବଙ୍ଗ ଦେଇ ଏମାନେ ଓଡିଶା ସୀମାବର୍ତ୍ତୀ ଗାଁରେ ପ୍ରବେଶ କରୁଛନ୍ତି ।  ଏଠାରେ ବିଭିନ୍ନ ବାହାନାରେ ରହି ଅନୈତିକ କାର୍ଯ୍ୟକଳାପ ଚଲାଇଥିବା ଅଭିଯୋଗ ହୋଇଛି । ଏନେଇ ଗାଁ  ଲୋକେ  ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପରେ ତାଳସାରୀ ମେରାଇନ୍‌ ପୁଲିସର  ନିଦ ଭାଙ୍ଗିଛି ।  ସୀମାନ୍ତ ଗାଁ ଗୁଡ଼ିକର ଦେହଜୀବୀ ରହୁଥିବା ଘର ଗୁଡ଼ିକରେ ଚଢ଼ାଉ କରିଛି ପୁଲିସ୍‌ ।   

Advertisment

ଗାଁର କିଛି ଭଡ଼ାଟିଆ ଏହି ବାଂଲାଦେଶୀ ମହିଳା ମାନଙ୍କୁ ଘର ଭଡ଼ା ଦେଉଥିବା ଅଭିଯୋଗ ହୋଇଛି । ପୁଲିସର ଚଢ଼ାଉ ସମୟରେ ଭଡ଼ା ଦେଉଥିବା ମାଲିକ ମାନଙ୍କୁ ପଚରାଉଚରା କରାଯିବା ସହିତ ଭଡା ରହୁଥିବା ମହିଳା ଓ ପୁରୁଷଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା । 

ତେବେ ପୁଲିସ  ଅଜାଣତରେ ଏତେ ମାତ୍ରାରେ ବାଂଲାଦେଶୀ ମହିଳା ପୁରୁଷ ଆସି କେମିତି ଗାଁ ଗୁଡ଼ିକରେ ପ୍ରବେଶ କଲେ, ତାହା ସବୁଠୁ ବଡ଼ ପ୍ରଶ୍ନ ।