କନକ ବ୍ୟୁରୋ : କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଧରପଗଡ ଜୋରଦାର କରିଛି ପୁଲିସ । କିପରି ସୀମା ପାର ହୋଇ ବାଂଲାଦେଶରୁ ଓଡ଼ିଶା ଆସିଲେ ଯୁବତୀ ଓ ନାବାଳିକା । ଘଟଣାର ତଦନ୍ତ କରାଯିବ କହିଛନ୍ତି ପୋଲିସ ଡିଜି । ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ମାଷ୍ଟର ମାଇଣ୍ଡକୁ ଧରିବାକୁ ତନାଘନା ଆରମ୍ଭ ହୋଇଛି ।
କଟକରେ ବାଂଲାଦେଶୀ ଯୁବତୀ ଘଟଣା ପ୍ରସଙ୍ଗରେ ଭୁବନେଶ୍ୱରରେ ଦଲାଲ ଥିବା ନେଇ ସୂଚନା ପରେ ଏକକାଳୀନ ୧୦ଟି ରେଡ୍ କରୁଛି କଟକ ପୁଲିସ । ୨୦ରୁ ଅଧିକ ସ୍ଥାନକୁ ଯାଇ ପଚରାଉଚରା କରୁଛି କଟକ ପୁଲିସ । ରବିବାର ଗିରଫ ଦଲାଲ ଦମ୍ପତିଙ୍କ ସୂଚନା ଆଧାରରେ ଏହି ରେଡ୍ କରାଯାଉଛି ।
ଗିରଫ ଦୁଇ ଦଲାଲ ହେଉଛନ୍ତି ଓମ ପ୍ରକାଶ ଚୌଧୁରୀ ଓ ଜସ୍ମିନ ଚୌଧୂରୀ । ନାବାଳିକାକୁ ଦେହ ବ୍ୟବସାୟରେ ଲିପ୍ତ କରାଉଥିବା ନେଇ ଉଭୟ ପୋଲିସ ଆଗରେ ସତ ମାନିଛନ୍ତି । ବାଂଲାଦେଶର ଢାକାରୁ ଦୁଇ ଜଣ ଦଲାଲ କୋଲକାତା ଆଣିଥିଲେ । ସେଠାରୁ ଦଲାଲ ଭୁବନେଶ୍ୱର ଦେହ ବ୍ୟବସାୟରେ ସାମିଲ କରିବାକୁ ଆଣିଥିବା ଜଣାପଡ଼ିଛି ।
ପଟେ ନାବାଳିକାଙ୍କୁ ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ମିଳିଛି । ଦେହ ବ୍ୟବସାୟ ଡିଲ୍ରେ ବ୍ୟବହାର ହେଉଥିଲା ଆଇଏମ୍ଓ ଆପ୍ । ଦଲାଲମାନେ ପରସ୍ପର ସହ ଆଇଏମ୍ଓ ଆପ୍ରେ କଥାବର୍ତ୍ତା ହେଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/LIKt6sUdEreDDF2QfhrT.jpg)