କନକ ବ୍ୟୁରୋ : ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ବର୍ଡର ଦେଇ ଭାରତକୁ ଅବୈଦ୍ଧ ଭାବେ ପ୍ରବେଶ କରୁଥିବା ବେଳେ ଅନୁପ୍ରବେଶକାରୀ ବଂଲାଦେଶୀଙ୍କୁ ଅଟକାଇଥିଲେ ବିଏସଏଫ୍ ଯବାନ୍ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ଥିଲା, ସମସ୍ତଙ୍କ ପାଖରେ ଠେଙ୍ଗା, ଲାଠି ଏବଂ ଅନ୍ୟ ମାରଣାସ୍ତ୍ର ରହିଥିଲା । ଯେଉଁଥିଲେ ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଅନୁପ୍ରବେଶକାରୀ । ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ଜଣେ ବିଏସଏଫ୍ ଯବାର ଗୁରୁତର ଭାବେ ଆହତ ହୋଇଛନ୍ତି ।
ଏହି ଘଟଣା ଆଜି ସକାଳେ ଘଟିଛି । ବିଏସଏଫ୍ ଯବାନଙ୍କ କହିବା ଅନୁସାରେ । କୌଣସି ଅପରାଧିକ କାର୍ୟ୍ୟ ଉଦ୍ଦେଶ୍ୟରେ ବାଂଲାଦେଶୀ ଅପରାଧୀମାନେ ଭାରତ ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ସେମାନେ ବିଏସଏଫ୍ ଯବାନଙ୍କ ହାତରେ ଧରାପଡିଥିଲେ । ଆଉ ଯାଞ୍ଚ ସମୟରେ ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଦେଇଥିଲେ ।
ଫାଙ୍କା ଗୁଳିଚାଳନାକୁ ଡରିନଥିଲେ ଅନୁପ୍ରବେଶକାରୀ
ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ ବିଏସଏଫ୍ ଯବାନ । କିନ୍ତୁ ଏହାକୁ ଖାତିର କରିନଥିଲେ ବଦମାସମାନେ । ସଂଖ୍ୟା ଅଧିକ ଥିବାରୁ ବିଏସଏଫ୍ ଯବାନଙ୍କ ଟିମକୁ ଘେରିଯାଇଥିଲେ ଆକ୍ରମଣ କରିଥିଲେ ଅପରାଧୀମାନେ । ଆତ୍ମରକ୍ଷା ପାଇଁ ବାଂଲାଦେଶୀଙ୍କ ଉପରେ ଗୁଳି ଚଳାଇଥିଲେ ଯବାନ । ଏହାପରେ ଛତ୍ରଭଙ୍ଗ ଦେଇ ସେଠାରୁ ଚାଲିଯାଇଥିଲେ ବାଂଲାଦେଶୀ ବଦମାସ ।
ଜଣେ ବାଂଲାଦେଶୀ ଆହତ
ଗୁଳିଗୋଳା ମାଡରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ପରେ ଯେତେବେଳେ ଘଟମାସ୍ଥଳର ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣେ ଆହତ ବାଂବାଦେଶୀ ଆହତ ଅବସ୍ଥାରେ ମିଳିଥିଲା । ଆହତ ବାଂଲାଦେଶୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରୁ ଲାଠି ଏବଂ ଅନ୍ୟାନ ମାରଣାସ୍ତ୍ର ଜବତ ହୋଇଛି ।