କନକ ବ୍ୟୁରୋ : ବାଂଲାଦେଶୀ ନାବାଳିକାଙ୍କୁ ଚାଲାଣ ମାମଲାରେ ଏନଆଇଏର କଡ଼ା କାର୍ଯ୍ୟାନୁଷ୍ଠାନ । ୧୦ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟରେ ଆଜି ଚାର୍ଜସିଟ୍ ଦାଖଲ କରାଯାଇଛି । ବାଂଲାଦେଶ ନାବାଳିକାକୁ ଚାକିରି ପ୍ରଲୋଭନ ଦେଖାଇ ଓଡ଼ିଶାକୁ ଆଣିଥିଲେ ଦୁର୍ବୃତ୍ତ। ଓଡ଼ିଶାର କଟକ ମଧୁପାଟଣା ଅଞ୍ଚଳରେ ନାବାଳିକାକୁ ରଖି ବଳପୂର୍ବକ ଅନୈତିକ କାର୍ଯ୍ୟରେ ଲଗାଇ ଦଲାଲ ମାଲାମାଲ ହେଉଥିଲେ । କୌଣସି ମତ ନାବାଳିକା ଦୁର୍ବୃତ୍ତଙ୍କ କବଳରୁ ଖସି ଆସିବା ପରେ ଏହି ମାନବ ଚାଲାଣର ଗୁମର ଫିଟିଥିଲା ।
ଆହୁରି ପଢ଼ନ୍ତୁ : Prashant Kishor : 'ନୀତିଶ ଯଦି ଏମିତି କରିବେ, ମୁଁ ରାଜନୀତି ଛାଡ଼ିଦେବି'
୨୦୨୪ ମସିହା ନଭେମ୍ୱର ୯ ତାରିଖରେ କଟକ ମଧୁପାଟଣା ଅଞ୍ଚଳ ଲିଙ୍କ୍ରୋଡରୁ ନାବାଳିକା ଉଦ୍ଧାର ହେବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ନାବାଳିକାର ବୟାନ ଆଧାରରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା । ନାବାଳିକା ଜଣକ ବାଂଲାଦେଶୀ ହୋଇଥିବାରୁ ଓ ମାମଲା ମାନବ ଚାଲାଣ ସହ ସଂପୃକ୍ତ ଥିବାରୁ ତଦନ୍ତ ଭାର ନେଇଥିଲା ଏନଆଇଏ। ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବା ପରେ ବାଂଲାଦେଶରୁ ପଶ୍ଚିମବଙ୍ଗ ଓଡ଼ିଶାରେ ଏକ ବଡ଼ ଧରଣ ଯୁବତୀ ଚାଲାଣର ରାକେଟ ଚାଲିଥିବା ଜାଣିପାରିଥିଲା। ଗରିବ ପରିବାରର ଅସହାୟତାର ସୁଯୋଗ ନାବାଳିକାଙ୍କୁ ଚାକିରି, ରୋଜଗାରର ପ୍ରଲୋଭନ ଦେଖାଇ ଓଡ଼ିଶାକୁ ଆଣୁଥିବା ଜଣାପଡିଛି। ପୁରା ଘଟଣାର ଖୋଳତାଡ଼ ପରେ ଏନଆଇଏ ୧୦ଜଣ ଦଲାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/18/19-2025-11-18-17-26-16.jpg)