କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା : ଡିସିପିଙ୍କ ସୂଚନା, ଫେରାର ଦଲାଲକୁ ଧରିବାକୁ ଚାଲିଛି ଅପରେସନ୍

କଟକରୁ ବାଂଲାଦେଶୀ ନାବାଳିକା ଧରାପଡିବା ଘଟଣାରେ ପୋଲିସ ହାତରେ ଲାଗିଛି ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର । ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଏହି ସାର୍ଟିଫିକେଟରୁ ଜଣାପଡ଼ିଛି। ବାପା ମା’, ଝିଅର ପରିଚୟ ପତ୍ର ଓ ଜନ୍ମ ପ୍ରମାଣପତ୍ର ପୋଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ ରଖି ନାବାଳିକାଙ୍କୁ କିଭଳି ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ

pollice 4

କନକବ୍ୟୁରୋ : କଟକରୁ ବାଂଲାଦେଶୀ ନାବାଳିକା ଧରାପଡିବା ଘଟଣାରେ ପୋଲିସ ହାତରେ ଲାଗିଛି ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର । ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଏହି ସାର୍ଟିଫିକେଟରୁ ଜଣାପଡ଼ିଛି ।

ବାପା ମା’, ଝିଅର ପରିଚୟ ପତ୍ର ଓ ଜନ୍ମ ପ୍ରମାଣପତ୍ର ପୋଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ ରଖି ନାବାଳିକାଙ୍କୁ କିଭଳି ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ, ସେନେଇ ପୋଲିସକୁ ପ୍ରମାଣ ମିଳିଛି  ।

କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏବେ ଯାଏଁ ଗିରଫ ତିନି ଜଣ ମଧ୍ୟ କମିଶନ ନେଇ ଦଲାଲ୍ କାମ କରୁଥିଲେ । ଏହି ଘଟଣାରେ କିଛି ଦଲାଲ୍ ଫେରାର୍ ଅଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe