କନକବ୍ୟୁରୋ : କଟକରୁ ବାଂଲାଦେଶୀ ନାବାଳିକା ଧରାପଡିବା ଘଟଣାରେ ପୋଲିସ ହାତରେ ଲାଗିଛି ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର । ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଏହି ସାର୍ଟିଫିକେଟରୁ ଜଣାପଡ଼ିଛି ।
ବାପା ମା’, ଝିଅର ପରିଚୟ ପତ୍ର ଓ ଜନ୍ମ ପ୍ରମାଣପତ୍ର ପୋଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ ରଖି ନାବାଳିକାଙ୍କୁ କିଭଳି ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ, ସେନେଇ ପୋଲିସକୁ ପ୍ରମାଣ ମିଳିଛି ।
କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏବେ ଯାଏଁ ଗିରଫ ତିନି ଜଣ ମଧ୍ୟ କମିଶନ ନେଇ ଦଲାଲ୍ କାମ କରୁଥିଲେ । ଏହି ଘଟଣାରେ କିଛି ଦଲାଲ୍ ଫେରାର୍ ଅଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/27/dkAdQdWLXs42uutU1P9Y.jpg)