କନକ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍କୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଥିଲା, ସେଥିରେ ଏବେ ଏକ ନୂଆ ମୋଡ଼ ଆସିଛି। ପିସିବିର ପୂର୍ବତନ ଅଧ୍ୟକ୍ଷ ନଜାମ ସେଠୀ ଏକ ଏମିତି ରାସ୍ତା ଦେଖାଇଛନ୍ତି, ଯାହା କ୍ରିକେଟ୍ ପ୍ରେମୀଙ୍କ ମନରେ ପୁଣିଥରେ ଆଶା ସଞ୍ଚାର କରିଛି। ତେବେ କ’ଣ ସେହି ଫର୍ମୁଲା? କେମିତି ସମ୍ଭବ ହେବ ଭାରତ-ପାକିସ୍ତାନ ମହାଲଢ଼େଇ? ଆସନ୍ତୁ ନଜର ପକାଇବା ଆମର ଏ ରିପୋର୍ଟ ଉପରେ।
ବାଂଲାଦେଶ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରୁଥିବା ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ କହିଛନ୍ତି। ହେଲେ ପାକିସ୍ତାନ ଏଭଳି ନିଷ୍ପତ୍ତି ଯାହାପାଇଁ ନେଇଛି, ସେ ଏଥିରେ ବିଶେଷ ଖୁସି ଥିବା ଭଳି ମନେ ହେଉନି। ଏଠାରେ ଆମେ ବାଂଲାଦେଶ କଥା କହୁଛୁ। ସୂଚନା ଅନୁସାରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଗୋଟିଏ ଗୋଷ୍ଠୀ ପାକିସ୍ତାନର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବରଂ ପାକିସ୍ତାନ କାହିଁକି ଏଭଳି କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସେମାନେ। ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହେଲେ ଆଇସିସି ୫୦୦ ନିୟୁତ ଡଲାର ବା ପାଖାପାଖି ୪୫୦୦ କୋଟି ଟଙ୍କାର ରାଜସ୍ବ ହରାଇବ। ଫଳରେ ଆଇସିସିଠାରୁ ଆମେ ପାଉଥିବା ବାର୍ଷିକ ଅନୁଦାନରେ ଯଥେଷ୍ଟ ହ୍ରାସ ପାଇବ। ଏଥିଲାଗି ଆମ ବିସ୍ତୃତ କ୍ରିକେଟ୍ ଭିତ୍ତିଭୂମିର ରକ୍ଷଣାବେକ୍ଷଣ, ଖେଳାଳିଙ୍କ ଦରମା ତଥା ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ଆମ ପାଇଁ କଷ୍ଟକର ହୋଇଯିବ। ପାକିସ୍ତାନ ତା’ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ବିସିବିର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିଛନ୍ତି କହିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ମୁଖ୍ୟ ନଜମ ସେଠୀ ଏହି ମାମଲାର ସମାଧାନ ପାଇଁ ଏକ ବିତର୍କିତ ବାଟ ବତାଇଛନ୍ତି। ବାଂଲାଦେଶକୁ ପୁନର୍ବାର ବିଶ୍ବକପରେ ସାମିଲ କଲେ ସବୁ ମାମଲାର ସମାଧାନ ହୋଇଯିବ ବୋଲି ଏକ ଭାରତୀୟ ଟେଲିଭିଜନ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ କହିଛନ୍ତି ସେ। ସେଠୀଙ୍କ ଅନୁଯାୟୀ, ଶ୍ରୀଲଙ୍କାରେ ବାଂଲାଦେଶର ମ୍ୟାଚ୍ ଆୟୋଜନ କରି ଏହି ସଙ୍କଟର ସମାଧାନ କରାଯାଇପାରିବ। ଏହି ମୁକାବିଲା ନହେଲେ ପ୍ରାୟ ୨୨୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହେବାର ଆଶଙ୍କା ରହିଛି, ଯେଉଁଥିପାଇଁ ଆଇସିସି ପାକିସ୍ତାନ ଉପରେ କଠୋର କଟକଣା ଲଗାଇବାକୁ ଚେତାବନୀ ଦେଇଛି। ପିସିବିର ପୂର୍ବତନ ଅଧ୍ୟକ୍ଷମାନେ ପାକିସ୍ତାନ ସରକାର ଓ ବର୍ତ୍ତମାନର ବୋର୍ଡକୁ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନକରିବାକୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ : ଆଇସିସି-ବାଂଲାଦେଶ ବିବାଦ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲା ଶ୍ରୀଲଙ୍କା
ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ନଜାମ୍ଙ୍କ ପ୍ଲାନ୍
- ବାଂଲାଦେଶକୁ ପୁନର୍ବାର ଟୁର୍ଣ୍ଣାମେଣ୍ଟକୁ ଅଣାଗଲେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରାସ୍ତା ଫିଟିବ
- ବାଂଲାଦେଶର ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାରେ ଆୟୋଜନ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ସମାଧାନ
- ଫେବ୍ରୁଆରି ୧୫ରେ ଯଦି ମ୍ୟାଚ୍ ନହୁଏ, ତେବେ ପ୍ରାୟ ୨୫୦ ମିଲିୟନର ରାଜସ୍ୱ କ୍ଷତି ହେବାର ଅନୁମାନ
- ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ ମିଳିବାକୁ ଥିବା ୩୧୬ କୋଟି ଟଙ୍କାର ଅନୁଦାନ ଅଟକାଇ ଦିଆଯାଇପାରେ
Follow Us