ବାଂଲାଦେଶରେ ପୁଣି ତାତିଲେ ଛାତ୍ର ; ସମ୍ବିଧାନ ବଦଳାଇବାକୁ ଦାବି

ବାଂଲାଦେଶରେ ପୁଣି ଛାତ୍ରଛାତ୍ରୀଙ୍କ ବଡ଼ ଆନ୍ଦୋଳନ ।  ସମ୍ବିଧାନ ବଦଳାଇବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ । ୧୯୭୨ର ସମ୍ବିଧାନ ବଦଳାଇ ନୂଆ ସମ୍ବିଧାନ ପ୍ରଣୟନ କରିବାକୁ ଉଠାଇଲେ ସ୍ବର ।

14bangla

କନକ ବ୍ୟୁରୋ: ପୁଣି ଥରେ ବାଂଲାଦେଶରେ ବଡ ପ୍ରତିବାଦ ଆଉ ଏହି ପ୍ରତିବାଦର ମଙ୍ଗ ଧରିଛନ୍ତି କଲେଜ ଛାତ୍ରଛାତ୍ରୀ । ସଙ୍ଗଠନର ନାଁ ଦିଆଯାଇଛି  ଆଣ୍ଟି ଡିସ୍କ୍ରିମେନସନ ଷ୍ଟୁଡେଣ୍ଟ ମୁଭମେଣ୍ଟ । ସେମାନଙ୍କ ଦାବୀ ହେଉଛି ୧୯୭୨ ସମ୍ବିଧାନକୁ ବଦଳାଯାଉ ଏବଂ ଭାରତ ବିରୋଧରେ କଡା ଆଭିମୁଖ୍ୟ ନିଅନ୍ତୁ ସରକାର । 

ସାମ୍ବାଦଦିକ ସମ୍ମିଳନୀରେ ସଙ୍ଗଠନର ସଂଯୋଜକ କହିଛନ୍ତି ୩୧ ତାରିଖରେ ଏକ ଘୋଷଣାପତ୍ର ଜାରୀ କରାଯିବ  ଆଉ ଏହି ପତ୍ରରେ ଉଲ୍ଲେଖ କରାଯିବ କିପରି ୧୯୭୨ ସମ୍ବିଧାନ ପାଇଁ ଦେଶ ପାଇଁ କ୍ଷତିକାର ରହିଥିଲା ଏବଂ ନୂଆ ସମ୍ବିଧାନ ପାଇଁ ଘୋଷଣାପତ୍ରରେ ଦାବୀ ରହିବ । ବିଏନପି ଏହି ମୁଭମେଣ୍ଟକୁ ସମର୍ଥନ ଦେଇନାହିଁ , ବିନଏପିର ବରିଷ୍ଠ ନେତା କହିଛନ୍ତି ସମ୍ବିଧାନ ବଦଳିବା କଥା ଉଠେଇବା ଏକ ଫାସୀବାଦୀ ଚିନ୍ତାଧାରା , ସମ୍ବିଧାନରେ ଭୁଲ ଥିଲେ ଏହାକୁ ସଂଶୋଧନ କରାଯିବ ହେଲେ ପୁରା ସମ୍ବିଧାନକୁ ବଦଳାଯିବା ଦାବୀର ଯଥାର୍ଥତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe