ବାଂଲାଦେଶରେ ମନ୍ଦିରରେ ବୋମା ବିସ୍ଫୋରଣ: ପୂଜକଙ୍କ ସମେତ ୩ ଆହତ

Advertisment

ଏହି ବିସ୍ଫୋରଣ ଶାନ୍ତିପୂର୍ଣ୍ଣ ପରିବେଶକୁ ବିପର୍ଯ୍ୟସ୍ତ କରିବା ସହ ସାମ୍ପ୍ରଦାୟିକ ସଦ୍ଭାବନାକୁ ଆଘାତ ଦେବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କୁହାଯାଉଛି। ଏହି ହିଂସାତ୍ମକ ଘଟଣାରେ ମନ୍ଦିରର ପୂଜାରୀଙ୍କ ସମେତ ମୋଟ ତିନି ଜଣ ଆହତ ହୋଇଛନ୍ତି ।

ଏହି ବିସ୍ଫୋରଣ ଶାନ୍ତିପୂର୍ଣ୍ଣ ପରିବେଶକୁ ବିପର୍ଯ୍ୟସ୍ତ କରିବା ସହ ସାମ୍ପ୍ରଦାୟିକ ସଦ୍ଭାବନାକୁ ଆଘାତ ଦେବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କୁହାଯାଉଛି। ଏହି ହିଂସାତ୍ମକ ଘଟଣାରେ ମନ୍ଦିରର ପୂଜାରୀଙ୍କ ସମେତ ମୋଟ ତିନି ଜଣ ଆହତ ହୋଇଛନ୍ତି ।

Blast

Blast Photograph: (kanak news)

କନକ ବ୍ୟୁରୋ : ବାଂଲାଦେଶର କୋମିଲା ସହରରେ ଶନିବାର ସନ୍ଧ୍ୟାରେ ଏକ ମନ୍ଦିର ପରିସରରେ ସିରିଜ୍ ବୋମା ବିସ୍ଫୋରଣ ଘଟିବା ସହିତ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଏହି ବିସ୍ଫୋରଣ ଶାନ୍ତିପୂର୍ଣ୍ଣ ପରିବେଶକୁ ବିପର୍ଯ୍ୟସ୍ତ କରିବା ସହ ସାମ୍ପ୍ରଦାୟିକ ସଦ୍ଭାବନାକୁ ଆଘାତ ଦେବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କୁହାଯାଉଛି। ଏହି ହିଂସାତ୍ମକ ଘଟଣାରେ ମନ୍ଦିରର ପୂଜାରୀଙ୍କ ସମେତ ମୋଟ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ପ୍ରଶାସନ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଏବଂ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କଠୋର ଆଭିମୁଖ୍ୟ ଗଅହଣ କରିଛି ।

ଶନିବାର ସନ୍ଧ୍ୟା ପ୍ରାୟ ୬:୨୮ ସମୟରେ, ଠାକୁରପଡ଼ାର କାଳିଗଛ ମନ୍ଦିରରେ ଶନିଦେବଙ୍କ ପୂଜା ଚାଲିଥିବା ସମୟରେ, ଜଣେ ମୁଖାପିନ୍ଧା ବ୍ୟକ୍ତି ଏକ ବ୍ୟାଗ ଧରି ଭିତରକୁ ପ୍ରବେଶ କରିଥିଲେ। ବ୍ୟାଗ ରଖିବାର କିଛି ମୁହୂର୍ତ୍ତ ପରେ, ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏଥିରେ ମନ୍ଦିରର ପୂଜକ କେଶବ ଚକ୍ରବର୍ତ୍ତୀ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣରେ ନିକଟରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ ଏବଂ ପୂଜାସ୍ଥଳରେ ହଠାତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ଆକ୍ରମଣକାରୀ କେବଳ ମନ୍ଦିରକୁ ଟାର୍ଗେଟ କରିନଥିଲେ ବରଂ ସେ ପଳାଇବା ସମୟରେ ଅନ୍ୟ ଦୁର୍ବଳ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ସେ ନିକଟସ୍ଥ ଏକ ବୌଦ୍ଧ ମନ୍ଦିର ଏବଂ ନିକଟସ୍ଥ ଏକ ରାସ୍ତାରେ ଆଉ ଦୁଇଟି କଞ୍ଚା ବୋମା ଫିଙ୍ଗିଥିଲେ, ଯାହା ଫଳରେ ପଥଚାରୀମାନେ ଆହତ ହୋଇଥିଲେ। ସ୍ଥାନୀୟ ବାସିନ୍ଦା ଅବଦୁଲ ବାରକ ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତି ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୋମିଲ୍ଲା ମେଡିକାଲ କଲେଜକୁ ପଠାଯାଇଥିଲା ।

କୋମିଲା ପୁଲିସ ଅଧିକ୍ଷକ ମହମ୍ମଦ ଅନିସୁଜାମାନ୍ କହିଛନ୍ତି, ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ହାସଲ କରାଯାଇଛି ଏବଂ ସନ୍ଦିଗ୍ଧଙ୍କ ସନ୍ଧାନରେ ତଲାସୀ ଜାରି ରହିଛି। ପୁଲିସ ଘଟଣାସ୍ଥଳରୁ ଏକ ବ୍ୟାଗ ଏବଂ ଏକ କୁରାଢ଼ି ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି, ଯାହା ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ । ତେବେ ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ହିନ୍ଦୁ-ବୌଦ୍ଧ-ଖ୍ରୀଷ୍ଟିୟାନ ଏକତା ପରିଷଦର ନେତାମାନେ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏହାକୁ ପାରସ୍ପରିକ ଭାଇଚାରାକୁ ନଷ୍ଟ କରିବା ପାଇଁ ଏକ ଜାଣିଶୁଣି ପ୍ରୟାସ ବୋଲି କହିଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି, ଯେଉଁ ଅଞ୍ଚଳରେ ବିସ୍ଫୋରଣ ଘଟିଛି ତାହା ଏକ ମନ୍ଦିର । ଏହା ଏକ ମସଜିଦ ନିକଟରେ ଅବସ୍ଥିତ । ଯାହା ସ୍ପଷ୍ଟ କରୁଛି ଯେ, ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା । ନୂତନ ହିଂସାକୁ ରୋକିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ଏବେ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe