କନକ ବ୍ୟୁରୋ: ବାଂଲାଦେଶ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରୁଥିବା ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ କହିଛନ୍ତି। ହେଲେ ପାକିସ୍ତାନ ଏଭଳି ନିଷ୍ପତ୍ତି ଯାହାପାଇଁ ନେଇଛି, ସେ ଏଥିରେ ବିଶେଷ ଖୁସି ଥିବା ଭଳି ମନେ ହେଉନି । ଏଠାରେ ଆମେ ବାଂଲାଦେଶ କଥା କହୁଛୁ । ସୂଚନା ଅନୁସାରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଗୋଟିଏ ଗୋଷ୍ଠୀ ପାକିସ୍ତାନର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବରଂ ପାକିସ୍ତାନ କାହିଁକି ଏଭଳି କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସେମାନେ । ଭାରତ-ପାକିସ୍ତାନ ମ୍ୟାଚ୍‌ ବାତିଲ ହେଲେ ଆଇସିସି ୫୦୦ ନିୟୁତ ଡଲାର ବା ପାଖାପାଖି ୪୫୦୦ କୋଟି ଟଙ୍କାର ରାଜସ୍ବ ହରାଇବ। 

Advertisment

ଆହୁରି ପଢ଼ନ୍ତୁ...ବିଶ୍ବକପ୍‌ ବିବାଦରେ ଲମ୍ଫ ମାରିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଫଳରେ ଆଇସିସିଠାରୁ ଆମେ ପାଉଥିବା ବାର୍ଷିକ ଅନୁଦାନରେ ଯଥେଷ୍ଟ ହ୍ରାସ ପାଇବ। ଏଥିଲାଗି ଆମ ବିସ୍ତୃତ କ୍ରିକେଟ୍‌ ଭିତ୍ତିଭୂମିର ରକ୍ଷଣାବେକ୍ଷଣ, ଖେଳାଳିଙ୍କ ଦରମା ତଥା ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ଆମ ପାଇଁ କଷ୍ଟକର ହୋଇଯିବ। ପାକିସ୍ତାନ ତା’ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ବିସିବିର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିଛନ୍ତି କହିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ମୁଖ୍ୟ ନଜମ ସେଠୀ ଏହି ମାମଲାର ସମାଧାନ ପାଇଁ ଏକ ବିତର୍କିତ ବାଟ ବତାଇଛନ୍ତି। ବାଂଲାଦେଶକୁ ପୁନର୍ବାର ବିଶ୍ବକପ୍‌ରେ ସାମିଲ କଲେ ସବୁ ମାମଲାର ସମାଧାନ ‌ହୋଇଯିବ ବୋଲି ଏକ ଭାରତୀୟ ଟେଲିଭିଜନ୍‌ ଚ୍ୟା‌ନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ସେ।