ମୋବାଇଲ ଚୋରି ପଛରେ ବାଂଲାଦେଶ ଲିଙ୍କ,୫୦ଟି ମୋବାଇଲ ସହ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ ।

Advertisment

ମୋବାଇଲ ଚୋରର ନୂଆ ଠିକଣା, ଜୟପୁର ଠାରୁ ବାଂଲାଦେଶ, ଭାୟା ଝାଡ଼ଖଣ୍ଡ । ୫୦ଟି ମୋବାଇଲ ସହ ୫ ଆନ୍ତରାଜ୍ୟ ଲୁଟେରାକୁ କାବୁ କଲା ଜୟପୁର ପୋଲିସ। ଜୟପୁର ସହରରେ ଗତ କିଛି ଦିନ ହେଲା ସିରିଜ ମୋବାଇଲ ଚୋରି ଚାଲିଥିଲା ।

ମୋବାଇଲ ଚୋରର ନୂଆ ଠିକଣା, ଜୟପୁର ଠାରୁ ବାଂଲାଦେଶ, ଭାୟା ଝାଡ଼ଖଣ୍ଡ । ୫୦ଟି ମୋବାଇଲ ସହ ୫ ଆନ୍ତରାଜ୍ୟ ଲୁଟେରାକୁ କାବୁ କଲା ଜୟପୁର ପୋଲିସ। ଜୟପୁର ସହରରେ ଗତ କିଛି ଦିନ ହେଲା ସିରିଜ ମୋବାଇଲ ଚୋରି ଚାଲିଥିଲା ।

mobile

କନକବ୍ୟୁରୋ: ମୋବାଇଲ ଚୋରର ନୂଆ ଠିକଣା, ଜୟପୁର ଠାରୁ ବାଂଲାଦେଶ, ଭାୟା ଝାଡ଼ଖଣ୍ଡ । ୫୦ଟି ମୋବାଇଲ ସହ ୫ ଆନ୍ତରାଜ୍ୟ ଲୁଟେରାକୁ କାବୁ କଲା ଜୟପୁର ପୋଲିସ। ଜୟପୁର ସହରରେ ଗତ କିଛି ଦିନ ହେଲା ସିରିଜ ମୋବାଇଲ ଚୋରି ଚାଲିଥିଲା । ଯିଏ ବି ଘରୁ ପଦାକୁ ବାହାରୁଥିଲା ପକେଟ ରୁ ମୋବାଇଲ ଗାଏବ ହୋଇ ଯାଉଥିଲା । କେହି ବି ଟେର ପାଇ ପାରୁ ନଥିଲେ । ସବୁ ଦାମିକିଆ ମୋବାଇଲ ହେଉଥିଲା ଚୋରି । ଗୋଟିଏ ପ୍ରକାର ସହର ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।

କିଏ ନେଉଛି, ଓ କିପରି ନେଇ ଯାଉଛି । ଥାନାରେ ମାମଲା ପ୍ରତିଦିନ ବଢ଼ିବାରେ ଲାଗିଥିଲା । କେବଳ ଗଣେଷ ପୁଜାରେ ଗୋଟିଏ ଦିନରେ ୧୭ଟି ମୋବାଇଲ ହୋଇଥିଲା ଚୋରି । ମୋବାଇଲ ଚୋରର ଏତାଲା ଦେଖି ପୋଲିସ ବି ଛାନିଆ । କୋରାପୁଟ ଏସପିଙ୍କ ନେତୃତ୍ୱରେ ଗଠିତ ମୋବାଇଲ ଚୋରର ନୁଆ ଠିକଣାକୁ ଖୋଜି ବାହାର କରିଛି।

ଜୟପୁରରୁ ଚୋରି ହେଉଥିବା ମୋବାଇଲ ଭାୟା ଝାରଖଣ୍ଡ ହୋଇ ୱେଷ୍ଟବେଙ୍ଗାଲ ପହଚୁଂଥିଲା। ସେଠାରୁ ବାଂଲାଦେଶକୁ ଚାଲାଣ ହେଉଥିଲା। ପୋଲିସ ସିସିଟିଭି ଆଧାରରେ ଲୁଟେରାଙ୍କ ଠିକଣା ପାଇ ଝାଡ଼ଖଣ୍ଡ ରେ ପହଚିଂଥିଲା। ସେଠାରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି । ଉଦ୍ଧାର ମୋବାଇଲକୁ ପୋଲିସ ମାଲିକ ଙ୍କ ହସ୍ତାନ୍ତର କରିଛି । 

ସେପଟେ ଆନ୍ତଃରାଜ୍ୟ ମୋବାଇଲ  ଲୁଟେରା ଗ୍ୟାଙ୍ଗର ୪ ଲୁଟେରା ଗିରଫ । ୭୫ଟି ମୋବାଇଲ  ଜବତ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ଟାଉନଥାନା ପୋଲିସ ବାରିପଦା ସହରରେ ଥିବା କୃଷ୍ଣା ଲଜରେ ଚଢ଼ାଉ କରି ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନ ର ୭୫ଟି ମୋବାଇଲ ଫୋନ ଓ ନଗଦ ୪ହଜାର ୧୨୫ ଟଙ୍କା ଏବଂ କିଛି ଆଧାର କାର୍ଡ ଜବତ୍ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି  ।

୪ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟର ଅମ୍ରିତ୍ ମହାନ୍ତ, ପ୍ରଦେଶୀ ଯାଦବ ଓ ବିକ୍ରମ କୁମାର ରହିଥିବା ବେଳେ ବିହାର ରାଜ୍ୟର ସୁମିତ କୁମାର ବୋଲି ଜଣାପଡିଛି  । ଏମାନେ ସବୁ ଉକ୍ତ ଲଜରେ ରହି ପ୍ଲାନିଂ ପ୍ରସ୍ତୁତ କରି ଜିଲ୍ଲାର ବିଭିନ୍ନ ହାଟକୁ ଟାର୍ଗେଟ୍ କରି ଏହିସବୁ ମୋବାଇଲ ଲୁଟ୍ କରୁଥିବା ସ୍ୱୀକାର କରିଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe