ଜାନୁଆରୀ ୨ ଯାଏଁ ଜେଲରେ ରହିବେ ଇସ୍କନ ମୁଖ୍ୟ ; ଘୁଞ୍ଚିଲା ଚିନ୍ମୟ କ୍ରିଷ୍ଣାଙ୍କ ଜାମିନ ଆବେଦନ ଶୁଣାଣୀ

ଜାନୁଆରୀ ୨ ପର୍ଯ୍ୟନ୍ତ ଜେଲରେ ରହିବେ ବାଂଲାଦେଶ ଇସ୍କନ ମୁଖ୍ୟ । ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣୀ । ସେପଟେ ଚିନ୍ମୟ କ୍ରିଷ୍ଣା ଦାସଙ୍କ ଓକିଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ସୂଚନା ।

60iskon

କନକ ବ୍ୟୁରୋ: ଜାନୁଆରୀ ୨ ପର୍ଯ୍ୟନ୍ତ ଜେଲରେ ରହିବେ ବାଂଲାଦେଶ ଇସ୍କନ ମୁଖ୍ୟ ଚିନ୍ମୟ କ୍ରିଷ୍ଣା ଦାସ । ସୂଚନା ଅନୁସାରେ, ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ପାଇଁ ଅଧିକ ସମୟ ମାଗିବା ପରେ କୋର୍ଟ ଆଗାମୀ ଶୁଣାଣୀ ୨ ତାରିଖରେ କରିବେ । 

ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ସେ ତାଙ୍କ ଘରେ ଥିବା ବେ‌ଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।ଦେଶଦ୍ରୋହ ଅଭିଯୋଗରେ  ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସ ଗିରଫ ହେବା ପରେ ବାଂଲାଦେଶରେ ହିଂସା’’ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତସପ୍ତାହରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ୱରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସତ୍ତେ୍ୱ ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ୟ୍ୟନ୍ତ ମୁକ୍ତ କରିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଚିନ୍ମୟ ଦାସଙ୍କ ଜାମିନ ଉପରେ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୩ ତାରିଖ ଧାର୍ୟ୍ୟ କରିଥିବା ସୂଚନା ମିଳିଛି।ଚଟ୍ଟଗ୍ରାମ ମେଟ୍ରୋପଲିଟାନ ପୋଲିସର ଅତିରିକ୍ତ ଡେପୁଟି କମିଶନର ମୋଫିଜ ୟୁର ରେହମାନ ଜାମିନ ଶୁଣାଣି ବିଷୟରେ ସୂଚନା ଦେଇଛନ୍ତି । ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର କୋର୍ଟ ଶୁଣାଣି କରିବେ ବୋଲି ମୋଫିଜ୍ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe