କନକ ବ୍ୟୁରୋ : ବାଂଲାଦେଶ ‘ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ’ ହେଉଛି ବୋଲି ଶେଖ୍ ହାସିନାଙ୍କ ଚେତାବନୀ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚେତାବନୀ ଦେଇଛନ୍ତି ଯେ ଦେଶ ଏବେ ଆତଙ୍କବାଦୀ ଆଶ୍ରୟସ୍ଥଳୀରେ ପରିଣତ ହେଉଛି । ଲଣ୍ଡନରେ ଥିବା ହସିନା ଅଭିଯୋଗ କରିଛନ୍ତି, ଅଗଷ୍ଟ ୨୦୨୪ରେ ତାଙ୍କ ସରକାରଙ୍କୁ ହଟାଇବା ପରେ ଅନ୍ତରୀଣ ସରକାର ଜାମାତ-ଏ-ଇସଲାମୀ ଏବଂ ଅନ୍ୟାନ୍ୟ ଉଗ୍ରବାଦୀ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେଉଛି । ହସିନା ଦାବି କରିଛନ୍ତି ଯେ, ଏହି ଗୋଷ୍ଠୀ ହିନ୍ଦୁ ଏବଂ ଅନ୍ୟ ଧର୍ମୀୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଛନ୍ତି, ଯାହା ଦେଶରେ ଅସ୍ଥିରତା ସୃଷ୍ଟି କରୁଛି । 

Advertisment

ହସିନା ଆହୁରି କହିଛନ୍ତି ଯେ, ଅନ୍ତରୀଣ ସରକାରର ନୀତି ଦେଶକୁ ୧୯୭୫ ପରେ ପାକିସ୍ତାନ ଅଧୀନସ୍ଥ ଅବସ୍ଥାକୁ ଫେରାଇ ନେଉଛି, ଯେଉଁଠି ଆତଙ୍କବାଦ ଏବଂ ଉଗ୍ରବାଦ ବୃଦ୍ଧି ପାଉଛି । ସେ ଅନ୍ତର୍ଜାତୀୟ ସମୁଦାୟକୁ ଏହି ପରିସ୍ଥିତିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ‘ବାଂଲାଦେଶ’ 
ଅନ୍ତରୀଣ ସରକାରଙ୍କ ଉପରେ ପୁଣି ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା
ୟୁନୁସଙ୍କୁ କଡ଼ା ଚେତାବନୀ ଦେଲେ ଶେଖ୍‌ ହସିନା
କହିଲେ, ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି ବାଂଲାଦେଶ
ହସିନାଙ୍କ ଦାବି ସଂଖ୍ୟାଲଘୁଙ୍କ ଉପରେ ଦେଶରେ ଅତ୍ୟାଚାର ବଢ଼ୁଛି 
ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା ଅପରାଧୀମାନଙ୍କ ପ୍ରତି ସରକାରଙ୍କ ଅନୁକମ୍ପାକୁ କଡ଼ା ନିନ୍ଦା କରିଛନ୍ତି
୧୯୭୧ ମୁକ୍ତି ଯୁଦ୍ଧ ସମୟରେ ମୃତ୍ୟୁଦଣ୍ଡ ପାଇଥିବା ଜମାତ-ଏ-ଇସଲାମି ନେତାଙ୍କୁ ମୁକ୍ତ କରିଛି ୟୁନୁସ ସରକାର
ହସିନା ଚେତାବନୀ ଦେଇଛନ୍ତି ଯେ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଛି ବାଂଲାଦେଶ