କନକ ବ୍ୟୁରୋ : ବାଂଲାଦେଶର ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚର ଉପରେ ମୁହଁ ଖୋଲିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ । ଟ୍ରମ୍ପ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । କେବଳ ଏତିକି ନୁହେଁ  ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ଅଳ୍ପସଂଖ୍ୟକ ଲୋକଙ୍କ ପ୍ରତି ହୋଇଥିବା ହିଂସାକୁ ଟ୍ରମ୍ପ ଦୃଢ ନିନ୍ଦା କରିଥିଲେ ଏବଂ ପୁନର୍ବାର ନିର୍ବାଚିତ ହେଲେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସମ୍ପର୍କକୁ ମଜବୁତ ହେବ ବୋଲି କହିଥିଲେ ।

Advertisment

ଏଥିସହ ମୋଦୀ ତାଙ୍କ ଭଲ ବଦ୍ଧୁ ବୋଲି କହିଥିଲେ । ନିର୍ବଚନ ଭିତରେ  ଟ୍ରମ୍ପ ପ୍ରଥମ ଥର ପାଇଁ ବାଂଲାଦେଶ ହିସାଂ ପ୍ରସଙ୍ଗରେ ମୁହଁ ଖୋଳିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, 'ମୁଁ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା ହିଂସାକୁ ଦୃଢ ଭାବେ  ନିନ୍ଦା କରୁଛି । କମଲା ଏବଂ ଜୋ ବାଇଡେନ ସମଗ୍ର ବିଶ୍ୱରେ ଏବଂ ଆମେରିକାରେ ହିନ୍ଦୁମାନଙ୍କୁ ଅଣଦେଖା କରିଛନ୍ତି ।