କନକ ବ୍ୟୁରୋ : ଭୀଷଣ ବିରୋଧ ପରେ ଦେଶ ଛାଡି ପଳାତକ ସାଜିଥିବା ବାଂଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ହସିନାଙ୍କ ପଛ ଛାଡୁନି ଅଡୁଆ । ଏବେ ବାଂଲାଦେଶର ଶାସକ ୟୁନୁସ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଯେ ଶେଖ ହସିନାଙ୍କୁ ଏବେ ପୁଣିଥରେ ବାଂଲାଦେଶ ଫେରିଯିବାକୁ ବାଧ୍ୟ କରିଛି । ବାଂଲାଦେଶରେ ଅବସ୍ଥିତ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ହସିନାଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି । ଚଳିତ ବର୍ଷ ହସିନା ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ ଛାତ୍ର ଆନ୍ଦୋଳନକୁ ଯେଭଳି ଭାବେ ହିଂସାତ୍ମକ ଢଙ୍ଗରେ ପ୍ରତିହତ କରିବାକୁ ଚେଷ୍ଟା କରାଯାଇଥିଲା ସେହି ମାମଲାରେ କୋର୍ଟ ଏଭଳି ଆଦେଶ ଜାରି କରିଛନ୍ତି । ଏହି ଆଦେଶରେ ନଭେମ୍ବର ୧୮ ତାରିଖ ସୁଦ୍ଧା ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେବଳ ଶେଖ ହସିନା ନୁହଁନ୍ତି ଅଭିଯୋଗ ପକ୍ଷ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ ସରକାରଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହତ୍ୟାରେ ଜଡିତ ଅନ୍ୟ ୫୦ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ଅନୁରୋଧ କରିଛନ୍ତି । ଟ୍ରିୁବ୍ୟାନାଲକୁ ଏପର୍ଯ୍ୟନ୍ତ ନିର୍ବାସିତ ନେତା ଓ ତାଙ୍କର ଆୱାମୀ ଲିଗ ସହଯୋଗୀମାନଙ୍କ ବିରୋଧରେ ବଳ ପୂର୍ବକ ଅପହରଣ, ହତ୍ୟା ଓ ଗଣହତ୍ୟା ବାବଦରେ ୬୦ ଟି ଅଭିଯୋଗ ମିଳିଛି । କହିରଖୁ କି ହସିନାଙ୍କ ୧୫ ବର୍ଷର ଶାସନ କାଳରେ ବ୍ୟାପକ ମାନବାଧିକାର ଉଲଙ୍ଘନ ଦେଖାଦେଇଥିଲା ।