କନକ ବ୍ୟୁରୋ: ବିପଦରେ ୟୁନୁସ୍‌ ସରକାର । ପାକିସ୍ତାନର ସ୍ଥିତି ଯାହା, ବାଂଲାଦେଶର ସ୍ଥିତି ବି ତାହା ହେବାକୁ ଯାଉଛି । କାରଣ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଚୌକି ଏବେ ବିପଦରେ । କେତେବେଳେ ଯେ ଚୌକି ପଳାଇବ ତାହା କାହାକୁ ବି ଜଣାନାହିଁ । କାରଣ ଆର୍ମି ଚିଫ୍‌ ୟୁନୁସ୍‌ଙ୍କୁ ଚେତାବନୀ ଦେଇଛନ୍ତି । ଆର୍ମି ଚିଫ୍ ଚେତାବନୀ ଦେବା ପରେ ୟୁନୁସ୍‌ଙ୍କ ଗାଦି ସଂକଟରେ ଥିବା କୁହାଯାଉଛି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ଏମିତି ଖବର ଆସିଥିବାରୁ ଚର୍ଚ୍ଚା ଜୋର ଧରିଛି । 

Advertisment

ବାଂଲାଦେଶ ସ୍ଥିତି ସାଙ୍ଘାତିକ
ୟୁନୁସଙ୍କୁ ବାଂଲାଦେଶ ଆର୍ମି ଚିଫ୍‌ଙ୍କ ଚେତାବନୀ
ବିପଦରେ ୟୁନୁସ୍‌ଙ୍କ ଗାଦି
ସେନାମୁଖ୍ୟ ଚାହୁଛନ୍ତି ଡିସେମ୍ବରରେ ହେଉ ନିର୍ବାଚନ
ୟୁନୁସ ଚାହୁନାହାନ୍ତି କି ନିର୍ବାଚନ

ବାଂଲାରେ ବର୍ତ୍ତମାନର ଅନ୍ତରୀଣ ସରକାର ଚାଲିଛି । ଯାହାର ନେତୃତ୍ବ ନେଉଛନ୍ତି ୟୁନୁସ୍‌ । ହେଲେ ତାଙ୍କର ନିଷ୍ପତ୍ତିକୁ ନାପସନ୍ଦ କରୁଛନ୍ତି ସେନାମୁଖ୍ୟ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପାକିସ୍ତାନରେ ବି ସମାନ ଦଶା ଭୋଗୁଛନ୍ତି ଜନତା । ଆର୍ମି ଚିଫ୍‌ଙ୍କ ଇସାରାରେ ସରକାର ଚାଲୁଥିବା ଅଭିଯୋଗ ହେଉଛି । ଆଉ ବାଂଲାଦେଶରେ ବି ସମାନ ସ୍ଥିତି ହେବାକୁ ଯାଉଥିବା କୁହାଯାଉଛି । ଏମିତିକି ୟୁନୁସ୍‌ ଖୁବଶୀଘ୍ର ଇସ୍ତଫା ଦେବା ନେଇ ବି ଚର୍ଚ୍ଚା ହେଉଛି ।

ସେନାମୁଖ୍ୟ ଓ ୟୁନୁସ୍‌ଙ୍କ ମଧ୍ୟରେ ପଡୁନି
ବାଂଲାଦେଶରେ ସରକାର ହେବ ପରିବର୍ତ୍ତନ  !

ବାଂଲାରେ ବର୍ତ୍ତମାନର ସରକାର ଓ ସେନାମୁଖ୍ୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଉଛି । କୁହାଯାଉଛି କି, ରୋହିଙ୍ଗ୍ୟାଙ୍କ ପାଇଁ ୟୁନୁସ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ଗ୍ରହଣ କରୁନାହାନ୍ତି ଆର୍ମି ଚିଫ୍‌ । କେବଳ କ୍ଷମତାରେ ରହିବାକୁ ୟୁନୁସ୍‌ ଏମିତି କରୁଥିବା ସେ କହିଛନ୍ତି ।  ସୂଚନା ଅନୁସାରେ, ବାଂଲାଦେଶ ଆର୍ମି ଚିଫ୍ ଜେନରାଲ ୱକାର ଉଜ ଜମା ମହମ୍ମଦ ୟୁନୁସଙ୍କୁ ୩ ସନ୍ଦେଶ ଦେଇଛନ୍ତି । ଯାହାକୁ ନେଇ ହଲଚଲ ଦେଖିବାକୁ ମିଳିଛି । ଡିସେମ୍ବର ସୁଦ୍ଧା ନିର୍ବାଚନ, ସୈନ୍ୟ ମାମଲାରେ ହସ୍ତକ୍ଷେପ ନକରିବା ସହ ମିଆଁମ୍ୟାର ସହିତ କରିଡ଼ର ବନ୍ଦ କରିବାକୁ ଚେତାବନୀ ୟୁନୁସ୍‌ଙ୍କୁ ବାଂଲାଦେଶ ଚେତାବନୀ ଦେଇଛନ୍ତି ।

ଦେଶ ସମ୍ଭାଳିପାରୁନାହାନ୍ତି ୟୁନୁସ୍‌  !

ବାଂଲାଦେଶରେ ହିଂସା, ଚୋରି, ସଂଖ୍ୟାଲଘୁଙ୍କ ବିରୋଧ ପ୍ରଦର୍ଶନରେ କାର୍ଯ୍ୟାନୁଷ୍ଠାନ ନେବାରେ ଫେଲ୍ ହୋଇଛନ୍ତି ୟୁନୁସ୍‌ । କୌଣସି ବି ସମୟରେ ଭାଙ୍ଗିପାରେ ଅନ୍ତରୀଣ ସରକାର । ୟୁନୁସୁ ଦେଶରେ ବଢୁଥିବା ହିଂସା ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବାରୁ ବିଚାର କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ଦେଶରେ ଥିବା ସ୍ଥିତିରେ ତାଙ୍କ ପାଇଁ କାର୍ଯ୍ୟ କରିବା କଷ୍ଟକର ହୋଇଛି । ବର୍ତ୍ତମାନ ସ୍ଥିତି ଏମିତି ହୋଇଛି କି ୟୁନୁସ ଇସ୍ତଫା ଦେବାକୁ ନେଇ ବିଚାର କରୁଥିବା କୁହାଯାଉଛି । ୟୁନୁସଙ୍କ ଇସ୍ତଫା ଦେବା ନେଇ ଖବର ପରେ ବାଂଲାଦେଶରେ ହଲଚଲ ଦେଖିବାକୁ ମିଳିଛି ।

ମୋଟ୍‌ ଉପରେ ବାଂଲାର ୟୁନୁସ ସରକାର ଚୀନ୍‌ ଓ ପାକିସ୍ତାନ ସହ ସମ୍ପର୍କ ବଢାଇବା ପରେ ଭାରତ ବି ଅନେକ ବାଣିଜ୍ୟିକ କାରବାର ଉପରେ ଅଙ୍କୁଶ ଲଗାଇଛି । ଏମିତି ସ୍ଥିତିରେ ୟୁନୁସ୍‌ଙ୍କ ହାତରୁ କ୍ଷମତା ପଳାଇବାର ଭୟ ବି ଘାରିଲାଣି । ତେବେ ସମୟ କହିବ ଆଗାମୀ ଦିନରେ ବାଂଲାର କ୍ଷମତା କିଏ ଅକ୍ତିଆର କରୁଛି ।